ମଧ୍ୟପ୍ରଦେଶ କ୍ୟାବିନେଟ୍‌ର କରୋନା ବାହାନା, ଫ୍ଲୋର ଟେଷ୍ଟ ଘୁଞ୍ଚାଇବାକୁ ପ୍ରସ୍ତାବ

[ad_1]

ଭୋପାଲ: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର ଫ୍ଲୋର ଟେଷ୍ଟ ହେବାର ଅଛି। ଏହାର ଦିନକ ପୂର୍ବରୁ ଫ୍ଲୋର ଟେଷ୍ଟ ଘୁଞ୍ଚାଇବାକୁ କରୋନା ବାହାନା ଦେଖାଇଛନ୍ତି ମଧ୍ୟପ୍ରଦେଶ କ୍ୟାବିନେଟ୍। କମଲ ନାଥ ସରକାରରେ ମନ୍ତ୍ରୀ ଥିବା ଜଣେ କଂଗ୍ରେସ ନେତା କ୍ୟାବନେଟ୍‌ର ଏହି ନିଷ୍ପତ୍ତି ବାବଦରେ ଶୁଣାଇଛନ୍ତି।

ମଧ୍ୟପ୍ରଦେଶ ଲୋକ ସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଏକ କ୍ୟାବିନେଟ୍ ବୈଠକ ପରେ ଏପରି କହିଛନ୍ତି। ସେ କହିଛନ୍ତି, “ବିଭିନ୍ନ ରାଜ୍ୟରେ କରୋନା ପାଇଁ ରାଜ୍ୟ ବିଧାନସଭା କାର୍ଯ୍ୟ ଘୁଞ୍ଚାଯାଇଛି। ଏହା ମଧ୍ୟପ୍ରଦେଶରେ ମଧ୍ୟ ଲାଗୁ ହେବ କି ନା ତାହା ସୋମବାର ଗୃହ ନିଷ୍ପତ୍ତି ନେବ।” ସେ ଏହି ଅବସରରେ କାରୋନାର ଭୟାବହତା ବାବଦରେ ବଖାଣିଥିଲେ। କିଭଳି ୧୧୩ଟି ଦେଶୁ ଏହା ବ୍ୟାପିଲାଣି ଏବଂ ସାରା ବିଶ୍ୱରେ ଏହାକୁ ମହାମାରୀ ଘୋଷଣା କରାଯାଇଥିବା ବାବଦରେ ସେ କହିଥିଲେ।

ଆହୁରି ପଢ଼ନ୍ତୁ

ସେ ଆହୁରି ମଧ୍ୟ କହିଥିଲେ, “କରୋନା ଭାଇରସ୍‌ର ପ୍ରକୋପ ପାଇଁ ଏପରିକି ଲୋକସଭା କାର୍ଯ୍ୟ ମଧ୍ୟ ଘୁଞ୍ଚାଇବାକୁ ମଧ୍ୟ ପ୍ରସ୍ତାବ ଆସିଥିଲା।” ସୋମବାର ଫ୍ଲୋର ଟେଷ୍ଟ କରାଇବା ପାଇଁ ଗତ କାଲି ରାତିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପୂର୍ବରୁ କଂଗ୍ରେସ ବିଧାୟକଙ୍କ ଗଣ ଇସ୍ତଫା ସରକାରକୁ ଅଡ଼ୁଆରେ ପକାଇ ସାରିଛି। ପୂର୍ବରୁ କଂଗ୍ରେସର ନିର୍ବାଚନୀ ମଙ୍ଗ ସମ୍ଭାଳିଥିବା ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ଏପରି ସ୍ଥିତି ଉପୁଜିଛି।



[ad_2]
Source link

Exit mobile version