ରାଜ୍ୟ

ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଭୁବନେଶ୍ୱର(ସତ୍ୟଶିଖା): ମଦ୍ୟପଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ କମ୍‌ ଦରରେ ମିଳିବ ମଦ। ମଦ ଏମ୍‌ଆର୍‌ପି ଉପରେ ସ୍ପେଶାଲ କୋଭିଡ୍‌ ଫି ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି ମଦର ଏମ୍‌ଆର୍‌ପି ଉପରେ ୫୦% ନୁହେଁ, ୧୫% ଟିକସ ଲାଗିବ। FMFL/IMFL/ବିଅର୍‌/ଓ୍ୱାଇନ୍‌/RTD ବ୍ରାଣ୍ଡ ଉପରେ ୧୫% ଲାଗିବ ଟିକସ। ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ। ଏହା ଦ୍ୱାରା ମଦ ଦର କମିବ। ସଂଶୋଧିତ MRP www.osbc.co.in ୱେବସାଇଟ୍‌ ଉପଲବ୍ଧ ରହିଛି।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଶଟ୍‌ଡାଉନ୍‌ ଯୋଗୁଁ ସମଗ୍ର ଭାରତ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ରେ କେନ୍ଦ୍ର ସରକାର କୋହଳ ଦେବା ପରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ମଦ ଉପରେ କୋଭିଡ୍‌ ଟ୍ୟାକ୍ସ ୫୦% ଲଗାଇଥିଲେ। ଯାହାଦ୍ୱାରା ମଦ୍ୟପଙ୍କୁ ଏମ୍‌ଆର୍‌ପି ଉପରେ ୫୦% ଦେବାକୁ ପଡ଼ୁଥିଲା।

ଆହୁରି ପଢ଼ନ୍ତୁ

ମଦ କିଣିବା ପୂର୍ବରୁ ଲୋକଙ୍କୁ ୱେବସାଇଟ୍‌ରେ ପଞ୍ଜିକରଣ କରିବାକୁ ପଡ଼ୁଥିଲା। ପଞ୍ଜିକରଣ ପରେ ମିଳୁଥିବା ଟୋକନ୍‌ ନମ୍ୱରକୁ ଦୋକାନରେ ଦେଖାଇଲେ ମଦ ମିଳୁଥିଲା। ଅନ୍ୟପକ୍ଷରେ ମଦ ଉପରେ ୫୦% ଟ୍ୟାକ୍ସ ଲାଗୁଥିବାରୁ ମଦ ବେପାର କମିଥିବା ବୋଲି ଅଭିଯୋଗ ହେଉଥିଲା। ଏହା ଦ୍ୱାରା ମଦ ବେପାର ବଢ଼ିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button