ଦେଶ

ମଣିଷ, କୁକୁର ପରେ ବାଘ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ଆମେରିକାର ଏକ ଚିଡିଆଖାନାରେ ଗୋଟିଏ ବାଘ କରୋନାରେ ସଂକ୍ରମିତ ହୋଇଛି। ଏହାପରେ ସାରା ଦେଶରେ ଥିବା ସମସ୍ତ ଚିଡ଼ିଆଖାନାକୁ ହାଇଆର୍ଲଟ କରିଛନ୍ତି ସରକାର। ରାତି ଅଧରେ ସମସ୍ତ ବାଘଙ୍କର ସ୍ୱାବ୍ ନିଆଯାଇଛି। ନ୍ୟାଶନାଲ ହେଲଥ ଇନଷ୍ଟିଚ୍ୟୁଟକୁ ଏହି ସ୍ୱାବ ପଠାଯାଇ କରୋନା ପରୀକ୍ଷା କରାଯିବ।

କେନ୍ଦ୍ର ଚିଡିଆଖାନାର ସଚିବ ଏସପି ଯାଦବ ଚିଠି କହିଛନ୍ତି, ସମସ୍ତ ରାଜ୍ୟରେ ଥିବା ଚିଡିଆଖାନାକୁ ଚିଠି ଲେଖି ସେ ଅବଗତ କରାଇଛନ୍ତି। ନ୍ୟୁୟର୍କରେ ଥିବା ବ୍ରୋନକ୍ସ ଚିଡିଆଖାନାରେ ଥିବା ଗୋଟିଏ ବାଘ କରୋନାରେ ସଂକ୍ରମିତ ହୋଇଛି। ଆମେରିକାରେ ଥିବା ଜାତୀୟ ଭେଟେନାରୀ ସେବା ପରୀକ୍ଷାଗାରରେ ସଂକ୍ରମଣ ବାବଦରେ ସୂଚନା ଦେଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସହର ଭିତରେ ଚିଡିଆଖାନା ରହିଛି। ତେଣୁ ସମସ୍ତ ଚିଡିଆଖାନାକୁ ହାଇ ଆଲର୍ଟରେ ରଖାଯାଇଛି। ସମସ୍ତ ପଶୁଙ୍କୁ ଚବିଶ ଘଣ୍ଟିଆ ସିସିଟିଭି ଅଧିନରେ ରଖିବାକୁ ସେ କହିଛନ୍ତି। ଯଦି କୌଣସି ପଶୁ ଦେହରେ ପ୍ରାରମ୍ଭିକ ସୂଚନା ମିଳେ ତାହେଲେ ଅବଗତ କରାଇବାକୁ ସେ କହିଛନ୍ତି। ସ୍ତନ୍ୟପାୟୀ ପ୍ରାଣୀ ବିରାଡି, ମୂଷା, ଠେକୁଆଙ୍କ ଉପରେ କଡ଼ାକଡ଼ି ନଜର ରଖିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହଙ୍ଗକଙ୍ଗର ଗୋଟିଏ ହାଇବ୍ରିଡ କୁକୁର କରୋନାରେ ସଂକ୍ରମିତ ହୋଇଥିଲା। ସୁସ୍ଥ ହେବାର କିଛି ଦିନ ପରେ ସେହି କୁକୁରର କିନ୍ତୁ ମୃତ୍ୟୁ ଘଟିଥିଲା।

[ad_2]
Show More
Back to top button