ବେଜିଂ: ମଝି ଆକାଶରେ ଯାତ୍ରୀଙ୍କୁ ନେଇ ଉଡ଼ୁଥିବା ଏକ ବିମାନ ବାଧ୍ୟ ହୋଇ ଜରୁରୀ ଲ୍ୟାଣ୍ଡିଂ କରିଛି। ବିମାନରେ ଯାତ୍ରା କରୁଥିବା ଜଣେ ଯୁବତୀ ମଦ୍ୟପାନ କରି ଉତ୍ପାତ୍ତ ହେବା ସହ ଝରକାକୁ ଭାଙ୍ଗି ଦେଇଥିଲେ। ଫଳରେ ବିମାନଟି ବିପଦ ମଧ୍ୟକୁ ଚାଲି ଯାଇଥିଲା। କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଯାଇ ପାରିଛି। ଚାଇନାରେ ଘରୋଇ ବିମାନ ସେବା ଯୋଗାଉ ଥିବା ଲୋଙ୍ଗ ଏୟାରଲାଇନ୍ସ ବିମାନ ସହ ଏପରି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ୨୯ ବର୍ଷୀୟ ଲି ମେ’ ୨୫ରେ ବିମାନରେ ଯାତ୍ରା କରୁଥିଲେ। ହେଲେ ପ୍ରେମରେ ଧୋକ୍କା ପାଇଥିବାରୁ ସେ ପ୍ରବଳ ମଦ ପିଇଥିଲେ। ବିମାନ ମଧ୍ୟରେ ସେ ନିଜର ଭାବପ୍ରବଣତାକୁ ନିୟନ୍ତ୍ରଣ କରି ନ ପାରି ଏହାର ଝରକାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଲି ବିମାନରେ ବସିଥିବା ବେଳେ କାନ୍ଧିବା ଆରମ୍ଭ କରିଥିଲେ।
ଆହୁରି ପଢ଼ନ୍ତୁ
ଏହାପରେ ସେ ଝରକାକୁ ବାଡ଼େଇ ଥିଲେ। ଏପରି ନ କରିବା ପାଇଁ ବିମାନର କ୍ରୁ ମେମ୍ବର ଓ ଅନ୍ୟ ଯାତ୍ରୀମାନେ ତାଙ୍କୁ ବୁଝାଇଥିଲେ। କିନ୍ତୁ ସେ କିଛି ବୁଝି ନଥିଲେ। ସେ ଝରକା ପିଟିବାରୁ ଏହା ଭାଙ୍ଗି ମଧ୍ୟ ଯାଇଥିଲା।
ବିମାନଟି ଜିନିଙ୍ଗରୁ ୟାନଚେଙ୍ଗକୁ ଯିବାର ଥିଲା। ହେଲେ ଯୁବତୀଙ୍କ ହରକତ ଯୋଗୁ ଝେଙ୍ଗଝୁ ଠାରେ ବିମାନଟି ଜରୁରୀ ଅବତର କରିଥିଲା।