ବିଦେଶ

ପୁଣି କିମ ଜଙ୍ଗ-ଉନ୍ ଗାଏବ, ଚିନ୍ତା ପ୍ରକଟ କଲା ଦ.କୋରିଆ

ସିଓଲ: ମେ’୧ ପରଠୁ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍ ଉନ୍ ଗାଏବ ରହିଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ପଡ଼ୋଶୀ ଦେଶ ଦକ୍ଷିଣ କୋରିଆ। ପୂର୍ବରୁ ମାସେରୁ ଅଧକ ସମୟ ପାଇଁ କିମ୍ ଗାଏବ ହୋଇଥିଲେ ଏହାପରେ ଏକ ସାର କାରଖାନର ପ୍ରତିଷ୍ଠା ଦିବସ ଅବସରରେ ଉ.କୋରିଆ ବାସୀଙ୍କ ଆଗକୁ ଆସିଥିଲେ। ଏହାପରେ କିମ୍ ଲୋକଙ୍କ ସାମ୍ନାରୁ ଉଭାନ୍ ହୋଇଯାଇଥିବା ଜଣାପଡ଼ିଛି। ସେ ଗୁରୁତର ଅସୁସ୍ଥ ଥିବାରୁ ଲୋକଙ୍କ ସାମ୍ନାକୁ ଆସିବାକୁ ସକ୍ଷମ ହେଉନଥିବା ଚର୍ଚ୍ଚା ହେଉଛି।

ଉତ୍ତର କୋରିଆର ଗଣମାଧ୍ୟମରେ ମଧ୍ୟ ମେ’୧ ପରଠାରୁ ତାଙ୍କ ସମ୍ପର୍କରେ କୌଣସି ଖବର ପ୍ରକାଶ ପାଇନି। ଏ ନେଇ ଶୁକ୍ରବାର ଦ.କୋରିଆର ମନ୍ତ୍ରୀ ୟୋ ସାଙ୍ଗ୍-କି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଦ.କୋରିଆ କିମଙ୍କ ଗିତିବିଧି ଉପରେ ନଜର ରଖିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଚଳିତ ବର୍ଷ କିମ୍ କେବେ କେବେ ସର୍ବସମ୍ମୁଖକୁ ଆସିଛନ୍ତି?

ଜାନୁଆରୀ ୨୫ରେ ଅନ୍ତିମ ଥର ପାଇଁ କିମ୍ ସର୍ବସମ୍ମୁଖକୁ ଆସିଥିଲେ। ଏହାପରେ ଫେବୃଆରୀ ୧୫ରେ ତାଙ୍କ ଜେଜେ ବାପାଙ୍କ ଜନ୍ମଦିନ ତଥା କୋରିଆର ପ୍ରତିଷ୍ଠା ଦିବସ ଅବସରରେ କିମ୍ ସାମ୍ନାକୁ ଆସିଥିଲେ। ଏହି ଦୁଇ ତାରିଖ ମଧ୍ୟରେ ୨୧ ଦିନର ବ୍ୟବଧାନ ରହିଛ। ଏହାପରେ ଏପ୍ରିଲ ୧୧ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏପ୍ରିଲ ୧୧ରେ ସେ ଓ୍ୱାର୍କିଂ ପାର୍ଟି ଅଫ୍ କୋରିଆର ବୈଠକର ଯୋଗ ଦେଇଥିଲେ। ଏହାପରେ ଆଉ ଦେଖିବାକୁ ମିଳିନଥିଲା। ଶେଷରେ ମେ ୧ରେ ଉତ୍ତର କୋରିଆର ଏକ ସାର କାରଖାନାର ପ୍ରତିଷ୍ଠା ଦିବସ ଅବସରରେ କିମ୍ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ଉତ୍ତର କୋରିଆରେ ପ୍ରକାଶ ପାଉଥିବା ଖବର ଅନୁଯାୟୀ ମେ ୧ ପରେ କୂଟନୀତିଜ୍ଞ ମାନେ ସରକାରୀ ଅଧିକାରୀଙ୍କୁ ଚିଠି ଲେଖି ବିଭିନ୍ନ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି। ହେଲେ କିମ୍ ଜଙ୍ଗଙ୍କ ନାମ କି ଫଟୋ ଉତ୍ତର କୋରିଆ ଗଣମାଧ୍ୟମ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି।

[ad_2]
Show More
Back to top button