ରାଜ୍ୟ

ଭ୍ୟାକସିନ୍ ଅଫିସରଙ୍କୁ କରୋନା

ରାୟଗଡ଼ା(ମନୋଜ ପାତ୍ର): ରାଜ୍ୟରେ ନୂଆ ୧୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରାୟଗଡ଼ା ଜିଲ୍ଲାର ୪ ଜଣ ଅଛନ୍ତି।  ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା ସିଡିଏମ୍ଓ କାର୍ଯ୍ୟାଳୟର ଭ୍ୟାକସିନ୍ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଆକ୍ରାନ୍ତ ସ୍ଥାନୀୟ ଗ୍ରାମର ବୋଲି ଜଣାଯାଇଛି। ସମସ୍ତ  ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଗଜପତି ଜିଲ୍ଲା ପଠାଇ ଦିଆଯାଇଛି।

ଭ୍ୟାକସିନ୍ ଅଫିସରଜଣଙ୍କ ପଜିଟିଭ ଚିହ୍ନଟ ହେବା ପରେ ସିଡିଏମ୍ଓଙ୍କ ସମେତ ଅଫିସର ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ଏଥିସହ ସମ୍ପୃକ୍ତ କରୋନା ଆକ୍ରାନ୍ତ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବିଶୋଧନ କରାଯିବା ସହ ସେ ରହୁଥିବା ମେଡିକାଲ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ଏହାବ୍ୟତୀତ ଅନ୍ୟ ୩ ଆକ୍ରାନ୍ତ ଗୋଟିଏ ଗାଁର ହୋଇଥିବା ବେଳେ ସେମାନେ ଦିଲ୍ଲୀରୁ ଫେରିଥିଲେ। ଏହାପରେ କାଶୀପୁର ଡଙ୍ଗାସିଲି କୋଲନରା ଟିଏମ୍‌ସିରେ ରହୁଥିବା ବେଳେ ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଲା।

[ad_2]
Show More
Back to top button