ଦେଶ

ଭୋକର ଯନ୍ତ୍ରଣା, ରାସ୍ତାରେ ପଡ଼ିଥିବା ମଲା କୁକୁର ଖାଇଲେ

ଜୟପୁର: ହୃଦୟ ବିଦାରକ, ଦାରୁଣ ଓ ଭୟଙ୍କର। ଯାହା ବି କହିଲେ ସାମ୍ନାକୁ ଆସିଥିବା ଭିଡିଓ ପାଇଁ ଯଥେଷ୍ଟ ହେବ ନାହିଁ। କାରଣ କରୋନା ଲକଡାଉନ ଯୋଗୁ ଭୋକିଲା ଥିବା ଜଣେ ବ୍ୟକ୍ତିଙ୍କ ଯନ୍ତ୍ରଣା ସବୁ ସୀମା ଟପି ଯାଇଛି। ରାଜସ୍ଥାନର ଜୟପୁର ନିକଟର ରାଜରାସ୍ତାରେ ଭୋକିଲା ଥିବା ଜଣେ ବ୍ୟକ୍ତି ମଲା କୁକୁରର ମାଂସ ଖାଇ ନିଜର କ୍ଷୁଧା ମେଣ୍ଟାଇଛନ୍ତି।

ଏହି ଦାରୁଣ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଭିଡିଓଟି ଜୟପୁରର କେଉଁ ଅଞ୍ଚଳର ସେକଥା ଜଣାପଡ଼ିନାହିଁ। କିନ୍ତୁ ଦିଲ୍ଲୀରୁ ଜୟପୁରକୁ ଲମ୍ବିଥିବା ରାସ୍ତାରେ ଏହି ଘଟଣା ଘଟିଛି।

ଦୃଶ୍ୟଟିକୁ କେହି ମୋବାଇଲରେ ଶୁଟିଂ କରିଛନ୍ତି। ଏଥିରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଚାଲିଚାଲି ଥକି ଯିବା ପରେ ରାସ୍ତାରେ ପଡ଼ିଥିବା ମଲା କୁକୁରର ମାଂସକୁ ସେଇଠାରେ ହିଁ କଞ୍ଚା ଖାଉଛନ୍ତି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶର ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୂର୍ବରୁ କରୋନା ଲକଡାଉନ ଯୋଗୁ ଭୋକିଲା ଥିବା ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା କ୍ଷୀରକୁ ପିଉଥିଲେ। ଯେଉଁଠି କୁକୁରମାନେ କ୍ଷୀର ପିଉଥିଲେ ସେହି ସ୍ଥାନରେ ହିଁ ବ୍ୟକ୍ତି ଜଣଙ୍କ ଏପରି କ୍ଷୀର ସଂଗ୍ରହ କରିବାରେ ଲାଗିଥିଲେ।



[ad_2]

Show More
Back to top button