ଖେଳ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି! – Satyasikha

ନୂଆଦିଲ୍ଲୀ: କ୍ରିକେଟ ଜଗତର କିମ୍ବଦନ୍ତୀ ନାୟକ ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ୪୮ ତମ ଜନ୍ମଦିନ। ଭାରତୀୟ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥିବା ଦାଦା ଆଜି ଜନ୍ମଦିନରେ ନିଜ ପିଲାବେଳେ କଥା ମନେ ପକାଇଛନ୍ତି।

ପିଲାବେଳେ ସେ ଘରେ ଥିବେ ବେଳେ ଭୂତ ଦେଖିଥିଲେ ବୋଲ କହିଛନ୍ତି। ଗାଙ୍ଗୁଲି କହିଛନ୍ତି, “ମୁଁ ଆମ ଘରେ ଭୂତ ଦେଖିଛି। ଜଣେ ଯୁବକଙ୍କ ଭୂତ ସେଇଟା ଥିଲା। ଏହି ଯୁବକ ଆମ ଘରେ କାମ କରୁଥିଲେ। ରବିବାର ସନ୍ଧ୍ୟା ବେଳର ଘଟଣା। ମୁଁ ସେତେବେଳେ ଘରର ଉପର ମହଲାରେ ଥିଲି। ମୋତେ ୧୨-୧୩ ବଷ ବୟସ ହୋଇଥାଏ। ଆମ ଘରେ କାମ କରୁଥିବା ଯୁବକଙ୍କ ଠାରୁ ଚା’ ଆଣିବା ପାଇଁ ମୋତେ ପରିବାର ଲୋକ କହିଥିଲେ।

ମୁଁ ଚା’ କଥା କହିବାକୁ ରୋଷେଇ ଘରକୁ ଯାଇଥିଲି। ହେଲେ ସେଠାରେ କେହି ବି ନଥିଲେ। ଏହାପରେ ମୁଁ ଛାତ ଉପରକୁ ଗଲି, ସେଠି ବି ସେ ନଥିଲେ। ଯୁବକ ଜଣଙ୍କ ରହୁଥିବା ରୁମକୁ ଯାଇ ଦେଖିଲି। ହେଲେ ସେଠି ବି ସେ ନଥିଲେ। ହଠାତ୍‌ ଏହି ସମୟରେ ୬ ମହଲା ଉଚ୍ଚ କୋଠାର ଛାତ ଉପରେ ଥିବା ଧାରରେ ଯୁବକ ଜଣଙ୍କ ଦୌଡ଼ୁଥିବା ମୁଁ ଦେଖିବାକୁ ପାଇଲି।

ସେଠାରେ ଯୁବକ ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ କେହି ବି ତା’କୁ ଶୁଣି ପାରୁ ନଥିଲେ। ମୁଁ ତଳକୁ ଆସି ମୋ ଦାଦାଙ୍କୁ ଏକଥା କହିଥିଲି।

ଆହୁରି ପଢ଼ନ୍ତୁ

ମୁଁ କହିଥିଲି ସେ ପିଲାଟି ପୂରା ପାଗଳ ହୋଇଯାଇଛି। ଆମେ ସମସ୍ତେ ମିଳିତ ଭାବେ ଉପରକୁ ଗଲା ବେଳକୁ ସେ ଆଉ ସେଠି ନଥିଲେ।

ତେଣୁ ମୁଁ ଭାବିଲି ଯେ ଯୁବକ ଜଣଙ୍କ ସେଠାରେ ମରିଗଲା ଓ କେଉଁଆଡ଼େ ପଳାଇଲା। ଆମେ ତା’କୁ ଚାରିଆଡ଼େ ଖୋଜିଲୁ। ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ଯୁବକ ଜଣଙ୍କ ଆମ ଘର ପାଖରେ ଥିବା ବଡ଼ବଡ଼ ନଡ଼ିଆ ଗଛର ଗୋଟିଏ ବାହୁଙ୍ଗାରେ ଶୋଇଥିବା ଦେଖିବାକୁ ପାଇଥିଲି।

ଶେଷରେ ଅଗ୍ନିଶମ ଗାଡ଼ି ଆସି ତାଙ୍କୁ ନଡ଼ିଆ ଗଛରୁ ଉଦ୍ଧା କରିଥିଲା। ସେ ସେଠାରୁ ଆସିବାକୁ ଚାହୁଁ ନଥିଲେ। ଏହି ଘଟଣାକୁ ଇତି ମଧ୍ୟରେ ୩୦ ବର୍ଷ ବିତି ଗଲାଣି।”

ଆହୁରି ପଢ଼ନ୍ତୁ



[ad_2]

Show More
Back to top button