ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ | Satyasikha

ନୂଆଦିଲ୍ଲୀ: ପୁଣିଥରେ ଭୂକମ୍ପ ଝଟକାରେ କିଛି ସେକେଣ୍ଡ ପାଇଁ ଦୋହଲିଛି ଦିଲ୍ଲୀ। ତେବେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାତ୍ର ୨.୨ ଥିବାରୁ ଏହାର ଦ୍ୱାରା କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ। ଉତ୍ତର ଦିଲ୍ଲୀର ପିତମପୁରା ହେଉଛି ଏହି ଭୂକମ୍ପର କେନ୍ଦ୍ରସ୍ଥଳ।

ଭୂକମ୍ପ ଝଟକା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଓ ସେମାନେ ଘର ଛାଡ଼ି ଖୋଲା ସ୍ଥାନକୁ ଚାଲି ଆସିଥିଲେ। ଗୋଟିଏ ମାସରେ ଏହା ଦିଲ୍ଲୀରେ ୪ର୍ଥ ଭୂକମ୍ପ ଝଟକା।

ଆହୁରି ପଢ଼ନ୍ତୁ

ଏନସିଏସ ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ଣ ପ୍ରାୟ ୧୧.୨୮ରେ ଭୂପୃଷ୍ଠରୁ ୮ କିମି ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା। ପିତମପୁରା ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ମେ ୧୦ରେ ଦିଲ୍ଲୀବାସୀ ୩.୪ ତୀବ୍ରତାର ଭୂକମ୍ପ ଝଟକାର ଅନୁଭବ କରିଥିଲେ।

ଏହାର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ୱାଜିପୁର ରହିଥିଲା। ସେହିପରି ଏପ୍ରିଲ ୧୨ ଓ ଏପ୍ରିଲରେ ମଧ୍ୟ ଉତ୍ତର ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

[ad_2]
Exit mobile version