ପୁଲିସ୍ ଘରେ କଳାକନା ବୁଲାଇଲେ ଲୁଟେରା


ପୁରୀ (ସତ୍ୟଶିଖା): ରାତିରେ ପୁଲିସ ଘରେ ପଶି କଳାକନା ବୁଲାଇଛନ୍ତି ଲୁଟେରା। ଏଭଳି ଘଟଣା ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ କ୍କାକ ରୋଡରେ ଘଟିଛି। ଏନେଇ କୁମ୍ଭାରପଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ପରିବାର ପୁଲିସ୍ କ୍ୱାର୍ଟର୍ସରେ ନଥିଲେ। ଲକ୍ଡାଉନ ପାଇଁ ସୁଜିତଙ୍କ ପରିବାର କାକଟପୁରରେ ରହୁଥିଲେ। ଏହି ସମୟରେ ତିନିରୁ ଚାରି ସିନ୍ଧି ଚୋର ଗତକାଲି ବିଳମ୍ବିତ ରାତିରେ କ୍କାକ ରୋଡରେ ଥିବା ସୁଜିତଙ୍କ କ୍ୱାର୍ଟର୍ସରେ ପଶିଥିଲେ। ଆଲମାରୀ ଭାଙ୍ଗି ସୁନାଗହଣା ସହ ୧୦ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏନେଇ କୁମ୍ଭାରପଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଡଗ୍ ସ୍କ୍ୱାଡ, ଓ ସାଇଣ୍ଟିଫିକ୍ ସ୍କ୍ୱାଡ ଘଟଣାର ତଦନ୍ତ କରୁଛନ୍ତି। ଏହାସହ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି କୁମ୍ଭାରପଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।
[ad_2]






