ବିଦେଶ

ଭୁଲ୍ କରିବା ପରେ ବି ଦୋଷ ମାନିବାକୁ ନାରାଜ: ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କରୋନା ଭାଇରସକୁ ନେଇ ଚୀନ୍ ଉପରେ ବର୍ଷିଛନ୍ତି। ଚୀନ୍ ପ୍ରଥମେ ଏଭଳି ଭାଇରସକୁ ଲୁଚେଇଲା ହେଲେ ଏଯାବତ ନିଜ ଦୋଷ ମାନିବାକୁ ନାରାଜ। ରବିବାର ଫକ୍ସ ନ୍ୟୁଜ୍ ଭର୍ଚୁଆଲ୍ ଟାଉନ୍ ହଲ୍ ବୈଠକରେ ଟ୍ରମ୍ପ ଏଭଳି କହିଛନ୍ତି।

ଆହୁରି ପଢ଼ନ୍ତୁ

ଏହାର ଠିକ୍ ପୂର୍ବରୁ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନ୍ ଉପରେ ବର୍ଷିଥିଲେ। କରୋନା ଚୀନରୁ ଉତ୍ପତ୍ତି ହୋଇଥିବାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ସେ କହିଥିଲେ।

ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ତିଆରି ହୋଇଛି। ମୋ ପାଖରେ ପ୍ରମାଣ ରହିଛି, ହେଲେ କ’ଣ ରହିଛି ପ୍ରମାଣ ସେ ବାବଦରେ ସୂଚନା ଦେବାର ଅଧିକାର ନାହିଁ, ଏହା ମୋର କ୍ଷମତା ବାହାରେ ବୋଲି ସେ କହିଥିଲେ। ତେବେ ଆମେରିକାର ଏହି ଦାବିକୁ ଚୀନ ପୂର୍ବରୁ ଖଣ୍ଡନ କରି ଆସିଛି। ହେଲେ ତଦନ୍ତ ବା ସମୀକ୍ଷା ପାଇଁ କୌଣସି ଟିମକୁ ଯିବାକୁ ଅନୁମତି ଦେଉ ନାହିଁ ଚୀନ୍। ଯେଉଁଥିପାଇଁ ଚୀନକୁ ଏବେ ଅନେକ ଦେଶ ସନ୍ଦେହ ଘେରରେ ଦେଖୁଛନ୍ତି। ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

[ad_2]
Show More
Back to top button