ରାଜ୍ୟ

ଭୁବନେଶ୍ୱରର ଡମଣା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ଯୁବକ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (‍ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ୨୫ ବର୍ଷୀୟ ଯୁବକ ଜଣଙ୍କ ଡମଣା ଅଞ୍ଚଳର ହୋଇଥିବା ବେଳେ ସେ ମୁମ୍ବାଇରୁ ଫେରିଥିଲେ। ଏହାସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ତିନି ଜଣଙ୍କର ମୃତ୍ୟୁ ଘଟିଛି।

ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ସେମାନେ ପଟିଆ ଅଞ୍ଚଳରେ ହୋଇଥିବା ବେଳେ ଦିଲ୍ଲୀରୁ ଫେରି ହୋମ କ୍ୱରେଣ୍ଟାଇନରେ ରହିଥିଲେ। ଏହି ଦୁ‌ଇ ଜଣଙ୍କ ମଧ୍ୟରୁ ଜଣେ ଆଠ ବର୍ଷ ଝିଅ।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୫୭ ରହିଛି। ସେମାନଙ୍କ ମଧ୍ୟରୁ ୧୩୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୧୯ ଜଣ ଚିକିତ୍ସାଧୀନ ଅଛନ୍ତି। ଚାରିଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ତାହା କରୋନା ଯୋଗୁ ନୁହେଁ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କହିଛି।



[ad_2]

Show More
Back to top button