ନ୍ୟୁଜ୍ରାଜ୍ୟ

ଓଏଏସ୍ ସ୍ତରରେ ଅଦଳବଦଳ

ସତ୍ୟଶିଖା(ଭୁବନେଶ୍ୱର) ୦୯ .୧୨.୨୦୨୧:  ରାଜ୍ୟରେ ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ (ଏସ୍‌ଏଜି) ବିନୟକୁମାର ଦାସ, ଯିଏକି ରାଜ୍ୟ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ଥିଲେ ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ ଥିଲେ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ରାଜ୍ୟ ଖଣି ବିଭାଗ ଅଧିନରେ ଯୁଗ୍ମସଚିବ ଭାବେ କାର୍ଯ୍ୟରତ ଓଏଏସ୍ କାହ୍ନୁଚରଣ ମଲ୍ଲିକଙ୍କୁ ବିଏମ୍‌ସି ଉପଆୟୁକ୍ତ ଭାବେ ନୁଯୁକ୍ତ କରାଯାଇଛି । ଅନୁରୂପଭାବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷରେ ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ସମ୍ବିତକୁମାର ରାଉତଙ୍କୁ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ରେ ଅତିରିକ୍ତ କମିଶନର ଭାବେ ଓ ଓଏଏସ୍ ରଞ୍ଜନକୁମାର ବିଶ୍ୱାଳଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଜାରି ରହିଛି ।

Show More
Back to top button