ରାଜ୍ୟ

ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ

ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟସ୍ପଟ୍ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ। କରୋନା ବ୍ୟାପିବାରୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି। ଏନେଇ ସହଯୋଗ କରିବା ପାଇଁ ବିଏମ୍‌ସି ଜନସାଧାରଣଙ୍କୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୨ ଜଣ ଚିକିତ୍ସାଧୀନ ରହିଛନ୍ତି। ୩୫ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

[ad_2]
Show More
Back to top button