ଭୁବନେଶ୍ୱରରେ ପୁଣି ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ସତ୍ୟଶିଖା): ଆଜି ଅପରାହ୍ନରେ ଦୁଇ ଜଣ ଓ ସନ୍ଧ୍ୟାବେଳେ ଆଉ ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନେ ସମସ୍ତେ ଭୁବନେଶ୍ୱରର। ଅର୍ଥାତ ଆଜି ଗୋଟିଏ ଦିନରେ ରାଜଧାନୀରୁ ୧୮ ‘କରୋନା’ ରୋଗୀଙ୍କୁ ଠାବ କରାଯାଇଛି। ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ୧୫ ଜଣ ପୂର୍ବରୁ ସିଲ୍‌ ହୋଇଥିବା ବମିଖାଲ୍‌ ଅଞ୍ଚଳର। ଏବେ ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯିବ। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି କହିଛି। ତେବେ ଆଉ ଜଣେ ବ୍ୟକ୍ତି କେଉଁ ଅଞ୍ଚଳର ଏଯାଏ ଜଣାପଡ଼ି ନାହିଁ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ରୋଗୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣେ ହେଲେ କପିଳପ୍ରସାଦ ହାଉସିଂ ବୋର୍ଡ କଲୋନୀର ୭୦ ବର୍ଷୀୟ ବୃଦ୍ଧ। ନିକଟରେ ସେ ଅଷ୍ଟ୍ରେଲିଆକୁ ଯାଇଥିଲେ। ସେ ସେଠାରୁ ଫେରିବା ପରେ ଗତ ୨୨ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ଆଜି ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ସେହିପରି ବମିଖାଲ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲେ। ଆକ୍ରାନ୍ତ ଯୁବକ ହେଉଛନ୍ତି ପୂର୍ବରୁ ବମିଖାଲ୍‌ ଅଞ୍ଚଳରେ ଆକ୍ରାନ୍ତ ହୋଇଥିବା ୩ ଭାଇଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ତେବେ ଆଜି ଆକ୍ରାନ୍ତ ୧୫ ଜଣଙ୍କର ବମିଖାଲ୍‌ ଲିଙ୍କ ରହିଛି। ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସିଲ୍‌ କରିଛି।



[ad_2]

Exit mobile version