ରାଜ୍ୟ

ଭୁବନେଶ୍ୱରରେ ଖୋଲିବ ହୋଟେଲ୍‌, କେଉଁମାନେ ରହିବେ ପଢ଼ନ୍ତୁ

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରରେ ଏୟାରଲାଇନ୍ସ କ୍ରିଉ ସଦସ୍ୟଙ୍କ ପାଇଁ ଖୋଲିବ ହୋଟେଲ। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୫ରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ସେଥିପାଇଁ ବହୁ କ୍ରିଉ ମେମ୍ୱର ଆସୁଥିବାରୁ ସେମାନଙ୍କ ରହଣୀ ପାଇଁ ହୋଟେଲ ଖୋଲିବାକୁ ଅନୁମତି ଦେବାକୁ ବିଏମ୍‌ସିକୁ  ଅନୁରୋଧ କରଯାଇଥିଲା। ସେଥିପାଇଁ କେବଳ ଏୟାରଲାଇନ୍ସ କ୍ରିଉ ମେମ୍ବରଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇଥିବା ବିଏମ୍‌ସି  କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପାଖାପାଖି ଦୁଇ ମାସ ପରେ ରାଜଧାନୀ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହୋଇଛି। ଏଠାକୁ ପ୍ରତିଦିନ ବିମାନ ଆସୁଛି। ହେଲେ ହୋଟେଲ୍‌ ବନ୍ଦ ରହିଥିବାରୁ ବିମାନ କ୍ରିଉ ମେମ୍ୱରଙ୍କ ରହଣୀରେ ସମସ୍ୟା ହେଉଛି। ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ହୋଟେଲ୍‌ ଖୋଲିବାକୁ ବିଏମ୍‌ସିକୁ ଅନୁରୋଧ କରାଯାଇଥିଲା। ଯେଉଁଥିପାଇଁ ହୋଟେଲ୍‌ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଥିବା ଜଣାପଡ଼ିଛି।

[ad_2]
Show More
Back to top button