ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ଆପୋଲୋ ହସ୍ପିଟାଲ୍ର ମହିଳା କର୍ମଚାରୀ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱରର ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହିଳା। ତାଙ୍କୁ ୪୬ ବର୍ଷ ହୋଇଛି। ସେ ଗାଡ଼କଣା ଅଞ୍ଚଳର ଓ ଆପୋଲୋ ହସ୍ପିଟାଲ୍ର କର୍ମଚାରୀ। ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ନୟାପଲ୍ଲୀ ଅଞ୍ଚଳର। ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଏହି ୩୦ ବର୍ଷୀୟ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ଆହୁରି ପଢ଼ନ୍ତୁ
Update on newly detected & cured #COVID19 cases in the last 24 hrs under the BMC area on 12th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/vgAXQn30yl— BMC (@bmcbbsr) June 12, 2020
ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୦ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ବୁଧବାର ଓ ଗୁରୁବାର (୧୦ ଓ ୧୧ ତାରିଖ) ଦିନ ଆପୋଲ ହସ୍ପିଟାଲ୍ରୁ ଯଥାକ୍ରମେ ୩୮ ଓ ୨୫ ବର୍ଷୀୟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
[ad_2]