ରାଜ୍ୟ

ଭୁବନେଶ୍ୱରରୁ ଜଣେ ଓ କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ସହରରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ଉଭୟ ଭୁବନେଶ୍ୱର ମହାନିଗର ନିଗମ (ବିଏମ୍‌ସି) ଓ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ୭୩ ବର୍ଷୀୟ ବୃଦ୍ଧ। ସେ ଚନ୍ଦ୍ରଶେଖରପୁରର ନୀଳାଦ୍ରୀ ବିହାର ଅଞ୍ଚଳର। ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ସେ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ଭୁବନେଶ୍ୱରରେ ଏହାକୁ ମିଶାଇ ୧୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୮ ଜଣ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ

ସେହିଭଳି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରରୁ ୩ ଜଣ ଅଛନ୍ତି। ଏହି ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କୁ ୩୧ ବର୍ଷ ହୋଇଛି। ସେ ମୁମ୍ବାଇରୁ ଫେରି ପେଡ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମୁମ୍ବାଇରୁ ଫେରି ପେଡ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କୁ ୪୨ ବର୍ଷ ହୋଇଛି।

ଆଉ ଜଣେ ୬୫ ବର୍ଷୀୟ ବୃଦ୍ଧ କଣ୍ଟେନ୍‌ମେଣ୍ଟ୍ ରୋଡ୍‌ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେ ନିକଟରେ ଅନ୍ୟାନ୍ୟ ଜିଲ୍ଲା ସହିତ ଦିଲ୍ଲୀରୁ କଟକକୁ ଫେରିଥିଲେ।



[ad_2]

Show More
Back to top button