ରାଜ୍ୟସ୍ୱାସ୍ଥ୍ୟ

ରେକର୍ଡ ଭାଙ୍ଗିଲା ମହାମାରୀ, ରାଜ୍ୟରେ ୧୨,୩୯୦ ପଜିଟିଭ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୧୪ .୦୫.୨୦୨୧:  ରାଜ୍ୟରେ ରେକର୍ଡ ଭାଙ୍ଗିଛି ମହାମାରୀ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ ହେଉଛି ଲୋକାଲ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୯, ଅନୁଗୁଳରୁ ୫୩୨,ବରଗଡ଼ରୁ ୫୦୭ ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨ ଓ ବଲାଙ୍ଗିରରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୟୂରଭଞ୍ଜରୁ ୪୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୪୬୯, ବଲାଙ୍ଗିରରୁ ୪୬୧, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚିଥିବା ବେଳେ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ୧୦୪୦୧୬ ରହିଛି।

 

Show More
Back to top button