ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ତିନି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭୀମପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ୨୭ ବର୍ଷ ହୋଇଛି। ସେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ କଳିଙ୍ଗ ଷ୍ଟୁଡିଓ ନିକଟ ଭରତପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ୩୬ ବର୍ଷ ହୋଇଛି। ସେ ମଧ୍ୟ ଦିଲ୍ଲୀରୁ ଫେରିଥିଲେ। ସେହିପରି ତୃତୀୟ ଆକ୍ରାନ୍ତ ବ୍ୟକ୍ତି ହେଲେ ଡୁମଡୁମା ଅଞ୍ଚଳ HB କଲୋନୀର। ତାଙ୍କୁ ୪୮ ବର୍ଷ ।

ଆହୁରି ପଢ଼ନ୍ତୁ

ପ୍ରଥମ ଦୁଇ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଡୁମଡୁମା ଅଞ୍ଚଳର ସଂକ୍ରମିତ ଜଣକ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ପଜିଟିଭଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି। ୪୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତିନି ଜଣଙ୍କର ମୃତ୍ୟ ଘଟିଛି।



[ad_2]

Exit mobile version