ରାଜ୍ୟ

ଜିଏସଟି ଆଦାୟରେ ୫୪% ଅଭିବୃଦ୍ଧି

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୮ .୨୦୨୧:  ୨୦୨୧ ମସିହା ଜୁଲାଇ ମାସରେ ଓଡିଶାରେ ୩୬୧୫ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ୨୦୨୦ ଜୁଲାଇ ମାସରେ ଏହଗି ପରିମାଣ ଥିଲା ୨୩୪୮ କୋଟି ଟଙ୍କା । ଫଳରେ ରାଜ୍ୟ ୫୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବାରେ ସଫଳ ହୋଇଛି । ମୋଟ ଜିଏସଟିରେ ଏହା ହେଉଛି କୈାଣସି ମାସର ଦ୍ୱିତୀୟ ସର୍ବାଧିକ ସଂଗ୍ରହ ।
ଏଥିପୂର୍ବରୁ ୨୦୨୧ ଏପ୍ରିଲରେ ୩୮୪୬ କୋଟି ଟଙ୍କାର ଜିଏସଟି ସଂଗୃହୀତ ହୋଇଥିଲା । ସେହିପରି ଦେଶର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ଅଭିବୃଦ୍ଧି ହାର ମହାରାଷ୍ଟ୍ର ପରେ ଦ୍ୱିତୀୟ ସର୍ବାଧିକ । ଅପରପକ୍ଷରେ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଆଦାୟ ହୋଇଥିବା ମୋଟ ଜିଏସଟି ପରିମାଣ ହେଉଛି ୧୩୬୬୧ କୋଟି ଟଙ୍କା । ୨୦୨୦ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପରିମାଣ ଥିଲା ୭୫୪୦ କୋଟି ଟଙ୍କା । ଫଳସ୍ୱରୂପ ଏଥିରେ ୮୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ସେହିପରି ୨୦୧୬ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ୍ ଜିଏସଟି ସଂଗ୍ରହ ଥିଲା ୧୦,୫୧୩ କୋଟି ଟଙ୍କା । ୨୦୨୧ ଜୁଲାଇ ମାସରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ରହିଛି ୧୦୬୭ କୋଟି ଟଙ୍କା । ଗତବର୍ଷ ଏହି ସମୟରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ଥିଲା ୭୬୪ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୩୪ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

Show More
Back to top button