ଭୁବନେଶ୍ୱରରୁ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ବିଏମ୍‌ସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୬ ଜଣ ଚିକିତ୍ସିତ ହେଉଛନ୍ତି।

୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୮ ଟି କେସ୍ ଲୋକାଲ୍ କଣ୍ଟାକ୍ଟସ୍‌। ସେହିଭଳି କଳ୍ପନା ଛକ ନିକଟସ୍ଥ ଏକ ସରକାରୀ ଅଫିସ୍‌ର ୨ ଜଣ କରୋନା ଯୋଦ୍ଧା ମଧ୍ୟ ଏଥିରେ ଆକ୍ରାନ୍ତ ଅଛନ୍ତି।

କ୍ୱାରେଣ୍ଟାଇନ୍‌ରେ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରେ ଜଣେ ସାମନ୍ତରାପୁର ନିକଟସ୍ଥ ନୂଆଗାଁର, ୪ ଜଣ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ, ଜଣେ ସେଣ୍ଟ୍ରାଲ୍ ହସ୍‌ପିଟାଲ୍‌ର କର୍ମଚାରୀ, ଜଣେ ପାହାଳର ଓ ଅନ୍ୟ ଜଣେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଞ୍ଚଳର। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

ଆହୁରି ପଢ଼ନ୍ତୁ

ସେହିପରି ୮ ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଜଣେ ବଡ଼ଗଡ଼ ନେତାଜୀ କ୍ଲବ୍ ଅଞ୍ଚଳର, ଜଣେ ଭାରତପୁର ତେଲୁଗୁ ସାହିର, ଜଣେ ୟୁନିଟ୍ ୪ ସ୍ଥିତ ଏସ୍‌ସିପିସିଆର୍ ଅଫିସ୍ ଅଞ୍ଚଳର, ଜଣେ ଘଟିକିଆର, ଜଣେ ଝାରପଡ଼ାର, ଜଣେ ସୁନ୍ଦରପଦାର ଓ ଅନ୍ୟ ଜଣେ ପଳାସପଲ୍ଲୀର। ଏହି ୮ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version