

ସତ୍ୟଶିଖା( ନୂଆଦିଲ୍ଳୀ) ୧୩.୧୧.୨୦୨୧: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୧,୮୫୦ କରୋନା ସଂକ୍ରମିତ ଚହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୫୩୨୬୮କୁ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ମୃତୁ୍ୟ ସଂଖ୍ୟାରେ ରୋକ ଲାଗୁନି ।
ଗୋଟିଏ ଦନରେ ଦେଶରେ ୫୫୫କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ସୂଚନା ମିଳିଛି ।
ଏହାକୁ ମିଶାଇ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୬୩ହଜାର ୨୪୫କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୧,୩୬, ୩୦୮ ଓ କରୋନାରୁ ସୁସ୍ଥ ହୋଇଛନ୍ତି ୩କୋଟି ୩୮ଲକ୍ଷ ୭୬ହଜାର ୪୮୩ ।