ଦେଶନ୍ୟୁଜ୍ବିଦେଶରାଜନୀତିସ୍ପେଶାଲ୍ ରିପୋର୍ଟ

ଇମରାନ୍ ଖାନଙ୍କ ରହସ୍ୟମୟୀ ପତ୍ନୀ

ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୦/୨୦୨୦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି ଯେ ସେ ନିଜ ପତ୍ନୀ ବୁଶରା ବିବିଙ୍କୁ ଛାଡ଼ି ବଞ୍ଚି ପାରିବେ ନାହିଁ । ସେ କହିଛନ୍ତି ଯେ ବୁଶରା ଅତ୍ୟନ୍ତ ବୁଦ୍ଧିମତୀ। ବୁଶରା ବିବି ,ଇମରାନ୍ ଖାନଙ୍କ ତୃତୀୟ ପତ୍ନୀ । ଇମରାନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ୬ମାସ ପୂର୍ବରୁ ତାଙ୍କୁ ବିବାହ କରିଥିଲେ । ଇମରାନ୍ ଖାନ୍ ଜର୍ମାନ ପତ୍ରିକା ସ୍ପିଗେଲ୍ ସହ କଥା ହୋଇ ଏହି ଟିପ୍ପଣୀ କରିଥିଲେ । ସେ କହିଛନ୍ତି ଯେ ଇମରାନ୍ ବୁଶରାଙ୍କ ସହ ସବୁ କିଛି ସେୟାର କରନ୍ତି । ସେ ରାଜନୈତିକ ସମସ୍ୟା କିମ୍ବା କୌଣସି ଜଟିଳ ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ ସବୁକିଛି ତାଙ୍କୁ କୁହନ୍ତି ।କେବଳ ଜଣେ ମୂର୍ଖ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ସବୁ କିଛି ସେୟାର କରି ନଥାନ୍ତି । ପ୍ରଧାନମନ୍ତ୍ରୀ ପତ୍ନୀଙ୍କୁ ନିଜ ସୋଲମେଟ୍ କହି କହିଛନ୍ତି ଯେ ସେ ତାଙ୍କ ବିନା ବଞ୍ଚି ପାରିବେ ନାହିଁ । ଇମରାନ ସବୁବେଳେ ନିଜ ପତ୍ନୀଙ୍କ ପ୍ରଶଂସା କରନ୍ତି । ପିଟିଆଇ ସରକାରଙ୍କ ପୂର୍ବରୁ ୧୦୦ଦିନ ପୂରଣ ହେବା ପରେ ସେ ଏପରି କଠିନ ଜୀବନକୁ ସମ୍ଭାଳିବା ପାଇଁ ନିଜ ପତ୍ନୀଙ୍କୁ ଶ୍ରେୟ ଦେଇଥିଲେ । ଏହା ପୂର୍ବରୁ ଇମରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରୀକ-ଏ-ଇନସାଫର ମହିଳା ସାଂସଦ ଉଜମା କାରଦାରଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଯାଇଥିଲା । ଏଥିରେ ଦାବି କରାଯାଇଥିଲା ଯେ ଉଜମା ନିଜର କୌଣସି ସାମ୍ବାଦିକ ବନ୍ଧୁଙ୍କ ସହ କଥାବାର୍ତ୍ତାରେ ଇମରାନ ଖାନଙ୍କ ତୃତୀୟ ପତ୍ନୀ ବୁଶରା ବିବି ଏବଂ ପାକିସ୍ତାନୀ ସେନାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।ଯିଏ ଏହି କଥାବାର୍ତ୍ତାକୁ ରେକର୍ଡ଼ କରିଥିଲେ ତାହାକୁ ପରେ ଭାଇରାଲ୍ କରି ଦେଇଥିଲେ । ଉଜମା ଏଥିରେ କହିଥିଲେ ଯେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ଇମରାନଙ୍କ ପତ୍ନୀ ବୁଶରା ବିବି ଚଲାଉଛନ୍ତି ଏବଂ ସେ ତାଙ୍କ ପତ୍ନୀଙ୍କୁ କିଛି ନ ପଚାରି କିଛି କାମ କରନ୍ତି ନାହିଁ । ବୁଶରା ବିବି ଇମରାନଙ୍କ ଚେହେରା ପଢ଼ି ଦିଅନ୍ତି । ବୁଶରା ଜିନ୍ ସହ କଥା ହୁଅନ୍ତି ସେ ଇମରାନଙ୍କ ଦିନ କିପରି କଟିଲା ଜାଣି ଦିଅନ୍ତି ।

Show More
Back to top button