୨୪ ଘଂଟାରେ ଦେଶରେ ୫୬,୨୧୧ ନୂଆ ସଂକ୍ରମିତ ଚିହ୍ନଟ


ସତ୍ୟଶିଖା,(ନୂଆଦିଲ୍ଲୀ) ୩୦ .୦୩ .୨୦୨୧ :
ଦେଶରେ ଲଗାତର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ସଂକ୍ରମିତଙ୍କ ସଂଖ୍ୟାରେ ୧୭.୩୬ ପ୍ରତିଶତ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୫୬,୨୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୦,୯୫,୮୫୫ ରେ ପହଂଚିଛି ଓ ମୃତକଙ୍କ ସଂଖ୍ୟା ୧,୬୨,୧୧୪ ଛୁଇଁଛି । ଅନ୍ୟପଟେ ଗତ ୨୪ ଘଂଟାରେ ୩୭,୦୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ୧,୧୩,୯୩,୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୫,୪୦,୭୨୦ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ମୋଟ ୬,୧୧,୧୩, ୩୫୪ ଜଣଙ୍କୁ ଟିକା ଦିଆଯାଇଛି ।