ଦେଶ

ଭାରତ-ନେପାଳ ସୀମାରେ ଗୁଳିମାଡ଼, ଜଣଙ୍କ ଜୀବନ ଗଲା

ପାଟନା: ନୂଆ ମ୍ୟାପକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଆଜି ହଠାତ୍‌ ସୀମାନ୍ତରେ ଗୁଳିମାଡ଼ ହୋଇଛି। ବିହାରର ସୀତାମରହି ସ୍ଥିତ ଭାରତ-ନେପାଳ ସୀମାନ୍ତରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଗୁଳିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ସ୍ଥାନୀୟ ଲୋକେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେମାନେ କହିଛନ୍ତି ଯେ ସୀମା ସେପଟୁ ଅର୍ଥାତ ନେପାଳ ପୁଲିସ୍ ଓ ଆର୍ମି‌ ପକ୍ଷରୁ ଏଭଳି ଗୁଳିମାଡ଼ କରାଯାଇଛି। ମୋହବା ଗାଁରେ ଆଜି ମଧ୍ୟାହ୍ଣରେ ହଠାତ୍‌ ଗୁଳିମାଡ଼ ହେବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ

ସଶସ୍ତ୍ର ସୀମା ବଳ ବିହାର ସେକ୍ଟରର ଆଇଜି କହିଛନ୍ତି, “ଆଜି ଭାରତ-ନେପାଳ ସୀମାରେ ଗୁଳିମାଡ଼ ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛି। ଆମେ ବି ପୂରା ସ୍ଥିତି ଉପରେ ନଜର ରଖିଛୁ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ନେପାଳ ଆର୍ମି ଜଣେ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି। ହେଲେ ଆମେ ଏଯାଏ ଏହାର କୌଣସି ଠୋସ ପ୍ରମାଣ ପାଇନାହୁଁ। ତଥାପି ଘଟଣାର ଖୋଳତାଡ଼ କରାଯାଉଛି।”

[ad_2]
Show More
Back to top button