ଭାରତ କୋଭିଡ-୧୯ ବିରୋଧରେ ଲଢ଼ୁଛି, ପାକିସ୍ତାନ ଆତଙ୍କୀ ରପ୍ତାନୀ କରୁଛି: ସେନାଧ୍ୟକ୍ଷ

କୁପୱାରା: ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଢ଼େଇ କରିବାରେ ଲାଗିଛି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବି ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା କରିବା ସହ ଭାରତରେ ସେମାନଙ୍କୁ ହମଲା କରିବାକୁ ପଠାଉଛି। ପାକିସ୍ତାନର ଏଭଳି କାର୍ଯ୍ୟକୁ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ମହାମାରୀ କରୋନା ପାଇଁ ସାରା ବିଶ୍ୱରେ ଏକ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ କେବଳ ଆମ ଦେଶର ଲୋକଙ୍କୁ ବଞ୍ଚାଇବା ଚେଷ୍ଟା କରୁନାହୁଁ ବରଂ ବିଶ୍ୱର ବିଭିନ୍ନ ପ୍ରାନ୍ତଙ୍କୁ ମେଡିସିନ ପଠାଇ ସହଯୋଗ କରୁଛୁ। କିନ୍ତୁ ପଡ଼ୋଶୀ ପାକିସ୍ତାନ ଏପରି ଏକ ସମୟରେ କେବଳ ଆତଙ୍କବାଦୀଙ୍କୁ ରପ୍ତାନୀ କରିବାରେ ଲାଗିଛି। ଏହା ଆଦୌ ଗ୍ରହଣୀୟ ନୁହେଁ।”

ଆହୁରି ପଢ଼ନ୍ତୁ

ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାର ସ୍ଥିତି ଅନୁଧ୍ୟାନ ପାଇଁ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ସେନାଧ୍ୟକ୍ଷ ଜେନେରାଲ ନରଭାଣେ ଆହୁରି କହିଛନ୍ତି, “ଭାରତ ସମେତ ସମଗ୍ର ବିଶ୍ୱ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନ ଆମ ପାଇଁ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚାହୁଁଛି।

ଏଥିପାଇଁ ସୀମାନ୍ତରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି। ଏହାର ଜବାବ ଭାରତୀୟ ସେନା ଦେବାରେ ସକ୍ଷମ। ହେଲେ କରୋନା ଲଢ଼େଇ ମଧ୍ୟରେ ପାକିସ୍ତାନର ଏପରି ହରକତ ଆଦୌ ଠିକ ନୁହେଁ।”

[ad_2]
Exit mobile version