ଦେଶ

ଭାରତୀୟ ରାଷ୍ଟ୍ରଦୂତଙ୍କ ପିଛା କରୁଛି ଆଇଏସଆଇ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ହାଇକମିଶନର ଅଫିସର ଦୁଇ କର୍ମଚାରୀ ଗୁଇନ୍ଦା କରୁଥିବା ଧରାପଡ଼ିବା ପରେ ଅପଦସ୍ତ ହୋଇଛି ପାକିସ୍ତାନ। ଏବେ ଏହାର ପ୍ରତିଶୋଧ ନେବା ପାଇଁ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍। ଯାହାର ପ୍ରମାଣ ଲାଗିଛି ଭାରତ ହାତରେ।

ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆ କୌଣସି ସ୍ଥାନକୁ କାରରେ ଯାଉଥିବାବେଳେ ଆଇଏସଆଇ ଏଜେଣ୍ଟ ବାଇକରେ ପିଛା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଥିବା ଦେଖିବାକୁ ମିଳିଛି। ଏଜେଣ୍ଟ ଜଣଙ୍କ ନିଜ ମୁହଁ ଲୁଚାଇବାକୁ ଯାଇ ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button