ଭାରତର ଚାପ ପରେ ଦୁଇ ଦୂତାବାସ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ତାନ


ଇସଲାମାବାଦ: ଭାରତୀୟ ଦୂତାବାସର ଦୁଇ ଭାରତୀୟ ଅଧିକାରୀଙ୍କୁ ଛାଡ଼ିବା ନେଇ ଭାରତ ସରକାର ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସକୁ ଚେତାବନୀ ଦେବା ପରେ ପାକିସ୍ତାନ ଦୁଇ ଅଧିକାରୀଙ୍କୁ ଛାଡ଼ିଛି। ଦିଲ୍ଲୀରେ ପାକିସ୍ତାନର ପୋଲ୍ ଖୋଲିବା ପରେ ପ୍ରତିଶୋଧ ନେବାକୁ ଯାଇ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ଦୂତାବାସର ଦୁଇ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଗିରଫ କରାଯାଇଥିଲା। ପାକିସ୍ତାନର ଗୁଇନ୍ଦା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ବେଳେ ପାକିସ୍ତାନ ଦୂତାବାସର ଦୁଇ ଅଧିକାରୀ ଦିଲ୍ଲୀରେ ଧରାପଡ଼ିଥିଲେ। ଏବେ ଆଇଏସଆଇ ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ଅଧିକାରୀଙ୍କୁ ଫସାଇ ଗିରଫ କରିଥିଲା ବୋଲି ସୂଚନା ରହିଛି।
Two officials detained by Pakistani authorities are back at Indian High Commission in Islamabad: Govt sources
— Press Trust of India (@PTI_News) June 15, 2020
ଆହୁରି ପଢ଼ନ୍ତୁ
ଭାରତୀୟ ଦୂତାବାସର ଦୁଇ ଅଧିକାରୀ ନିଖୋଜ ହେବା ପରେ ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ଏହି ଦୁଇ ଅଧିକାରୀଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ଗିରଫ କରାଯାଇଥିଲା। ଏହାପରେ ପାକିସ୍ତାନ ସରକାର ଦୁଇ ଭାରତୀୟ ଦୂତାବାସ ଅଧିକାରୀଙ୍କୁ କାର୍ ସହିତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାକୁ ଭାରତ ଦାବି କରିଥିଲା।
ପାକିସ୍ତାନର ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଦୂତାବାସ ବାହାରେ ଦୁଇ ଅଧିକାରୀ ବିଏମଡବ୍ଲ୍ୟୁ କାରରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଜଣେ ପାକିସ୍ତାନ ନାଗରିକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଦୁଇ ଅଧିକାରୀ ଫେରାର ହେବାକୁ ଚେଷ୍ଟା କରୁଥବା ବେଳେ ପୁଲିସ ଗିରଫ କରିଥିଲା।
ତେବେ ଦୂତାବାସ ନିୟମ ଅନୁଯାୟୀ କୌଣସି ଦେଶ ଅନ୍ୟ ଦେଶର କୂଟନୀତିଜ୍ଞଙ୍କୁ ଗିରଫ କରିପାରିବ ନାହିଁ। ସେହିପରି ଗିରଫ ପୂର୍ବରୁ ପ୍ରଥମେ ଦୂତାବାସଙ୍କୁ ସୂଚନା ଦେବାକୁ ହେବ। ହେଲେ ପାକିସ୍ତାନ ଏଠାରେ ଦୂତାବାସ ନିୟମ ଉଲ୍ଲଘଂନ କରିଥିଲା।
[ad_2]