ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତ ‘କଠୋର ଏବଂ ସମୟୋଜିତ’ ପଦକ୍ଷେପ ନେଇଛି ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍ଡାଉନ୍ର ଅବଧି ମେ’ ୩ ଯାଏ ଘୁଞ୍ଚାଇବା ପରେ WHO ଏପରି ପ୍ରଶଂସା କରିଛି।
WHO ର ଦକ୍ଷିଣ ପୂର୍ବ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଳ ସିଂହ ଏପରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଏବେ ସଂଖ୍ୟା ବାବଦରେ କହିବା ବହୁତ ଆଗୁଆ ହୋଇଯିବ। କିନ୍ତୁ ସାମାଜିକ ଦୂରତା ରକ୍ଷା ପାଇଁ ୬ ସପ୍ତାହର ଦେଶବ୍ୟାପୀ ଲକ୍ଡାଉନ୍, ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରିକି ବ୍ୟାପକ ପରୀକ୍ଷା, ଆଇସୋଲେସନ୍ ଏବଂ ପଜିଟିଭ୍ ଆକ୍ରାନ୍ତଙ୍କ ସହ କଣ୍ଟାକ୍ଟ ଟ୍ରାସିଂ ଆଦି ଚାଲୁ ରହିଛି।”
ସେ କହିଥିଲେ, ବୃହତ ଏବଂ ବ୍ୟାପକ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ବର୍ତ୍ତମାନର ପରୀକ୍ଷା ବେଳରେ ସମାଜ, ସରକାର ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ସମସ୍ତଙ୍କର ଭୂମିକା ରହିଛି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ସମସ୍ତଙ୍କର କିଛି ନା କିଛି ଅବଦାନ ଦେବାର ଅଛି।
[ad_2]