ଭାରତରେ ୫ମ ମୁଣ୍ଡ ନେଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୨୦୯

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ୫ମ ମୁଣ୍ଡ ନେଇଛି। ଆଜି ଜଣେ ଇଟାଲୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା।

ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେଧୀରେ ସୁସ୍ଥ ହେଉଥିଲେ ହେଁ ହୃଦଘାତରେ ତାଙ୍କର ଜୀବନ ଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଏହାପୂର୍ବରୁ କରୋନା ଭାରତରେ ୪ ଜଣଙ୍କ ଜୀବନ ନେଇଥିଲା। କର୍ଣ୍ଣାଟକା, ମୁମ୍ବାଇ, ଦିଲ୍ଲୀ ଓ ପଞ୍ଜାବରେ କରୋନା ଯୋଗୁ ଜଣେ ଲେଖାଏ ଲୋକ ପ୍ରାଣ ହରାଇଥିଲେ।

ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଥିବା ଜଣାପଡ଼ିଛି। ଆଜି ଦେଶରେ ବିଭିନ୍ନ ପ୍ରାନ୍ତରେ ୧୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମହାରାଷ୍ଟ୍ର,, ଗୁଜରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ଆକ୍ରାନ୍ତ ହୋଇଥିବା ୨୦୯ ଜଣଙ୍କ ମଧ୍ୟରୁ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି।

ଦେଶରେ ସର୍ବାଧିକ କାରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧାରେ ଏଠାରେ ୫୨ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଏଠାରେ ୪୯ ଜଣ ରୋଗୀ ଥିବା ବେଳେ ଆଜି ମୁମ୍ବାଇ, ପୁଣେ ଓ ପିମପର ଛିଞ୍ଚୱାଡାରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଶରରୀରେ କରୋନା ଭୂତାଣୁ ଠାବ ହୋଇଛି।

[ad_2]
Exit mobile version