ରାଜ୍ୟ
ବରଗଡ଼ରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ସ୍ଥଗିତ ରହିଲା ପଞ୍ଚାୟତ ନିର୍ବାଚନ


ସତ୍ୟଶିଖା( ବରଗଡ଼, )୧୫.୦୨.୨୦୨୨ : ଆସନ୍ତା କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ୍ ପଡିବାକୁ ଯାଉଛି । ହେଲେ ଏହା ପୂର୍ବରୁ ଆଜି ବରଗଡ଼ ଜିଲ୍ଲା ଭଟ୍ଟଲି ବ୍ଲକ୍ କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି ।
ଏଠାରେ ସରପଞ୍ଚ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ ହେବା ପରେ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍ଙ୍କ ବିୟୋଗ ପରେ ଏଭଳି ନିଷ୍ପତି ନିଆଯାଇଛି ।
ଆସନ୍ତା କାଲି ଏହି ପଞ୍ଚାୟତରେ ଭୋଟ୍ ହେବାର ଥିଲା । ତେବେ ସରୋଜ ସେଠ୍ଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ଏହି ପଞ୍ଚାୟତରେ ପୂଣି ଥରେ ଭୋଟ୍ ହେବ ବୋଲି ସୂଚନା ମିଳିଛି ।