ଭାରତରେ କରୋନା ଟିକା ମିଳିଲେ ପ୍ରଥମେ ଏମାନଙ୍କୁ ଦିଆଯିବ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତରେ ମଧ୍ୟ ଜୋରଦାର ପ୍ରୟାସ କରାଯାଉଛି। ଏହା ଭିତରେ ଡିଜିସିଆଇ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ ପାଇଁ ମଧ୍ୟ ଅନୁମତି ଦେଇଛି। ସମସ୍ତଙ୍କର ଆଶା ଖୁବଶୀଘ୍ର ଭାରତରେ କରୋନା ଟିକା ମିଳିବ।

ତେବେ ଭାରତରେ କରୋନା ଟିକା ଉପଲବ୍ଧ ହେଲେ ପ୍ରଥମେ ଡାକ୍ତର, ନର୍ସ ଓ ସମସ୍ତ ପ୍ରଣ୍ଟଲାଇନ କରୋନା ଯୋଦ୍ଧାଙ୍କୁ ଦିଆଯିବ। ସେହିପରି ଅବହେଳିତ ଗୋଷ୍ଠୀ ଓ ଗରିବଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ଉପରେ କାର୍ଯ୍ୟ କରୁଥିବା ଉଚ୍ଚସ୍ତରୀୟ କମିଟି ସହ ବୈଠକ କରିଥିଲେ।

ଏହି ସମୟରେ ଟିକା ବାହାରିଲେ ପ୍ରଥମେ କାହାକୁ ଦିଆଯିବ, ତା’ ଉପରେ ନିଷ୍ପତ୍ତି ହୋଇଛି। ବୈଠକରେ ଟିକା ବିତରଣ ପାଇଁ ୪ଟି ପଏଣ୍ଟ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏହାକୁ ମୋଦି ମଧ୍ୟ ଅନୁମୋଦନ ଦେଇଛନ୍ତି। ଟିକାର ଉତ୍ପାଦନ ଓ ବିତରଣରେ ଯେଉଁଭଳି ଭାବେ କୌଣସି ଅବହେଳା ନ ହେବ ତା’ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି କୌଣସି ବ୍ୟକ୍ତି ବି ଟିକାରୁ ବଞ୍ଚିତ ହେବେ ନାହିଁ ବୋଲି ମୋଦି ବୈଠକ ବେଳେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ

ବର୍ତ୍ତମାନ ଭାରତ ବିଶ୍ୱରେ କରୋନା କ୍ଷତିଗ୍ରସ୍ତ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଆସନ୍ତାକାଲି ଠାରୁ ଅନଲକ-୨ ଆରମ୍ଭ ହେବ। ତେଣୁ ଯଥାଶୀଘ୍ର ଟିକା ବାହାର କରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।

ଅନ୍ୟପକ୍ଷରେ ଆଇସିଏମ୍ଆର୍, ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଏହାର ଗବେଷଣା ପରେ ଭାରତ ବାୟୋଟେକ୍‌କୁ ଟିକା ପ୍ରସ୍ତୁତ ପାଇଁ ଜ୍ଞାନକୌଶଳ ଦିଆଯାଇଥିଲା। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version