ଖେଳ

ଭାରତରୁ ଫେରିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟର କରୋନା ବିପଦରୁ ମୁକ୍ତ

ଜୋହାନ୍ସବର୍ଗ: ମହାମାରୀ କରୋନା ଭାଇରସ ଯୋଗୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଅଧାରୁ ବାତିଲ କରି ସ୍ୱଦେଶ ଫେରିଥିବା ଦକ୍ଷିଣ ଆଫ୍ରିକାର ସମସ୍ତ ଖେଳାଳି ବିପଦ ମୁକ୍ତ। ସେମାନଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଆଜି ଏନେଇ ଦଳର ମେଡିକାଲ ଅଫିସର ଡା.ଶୁହିବ ମଞ୍ଜର କହିଛନ୍ତି।

ମାର୍ଚ୍ଚ ୧୮ରେ ଦକ୍ଷିଣ ଆଫ୍ରିକା ଦଳ ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରେ ସମସ୍ତ ଖେଳାଳି ୧୪ ଦିନ ସେଲଫ କ୍ୱାରେଣ୍ଟାଇନରେ ରହିଥିଲେ। ଏହାପରେ ମଧ୍ୟ ସେମାନେ ଘରୁ ବାହାରି ପାରି ନଥିଲେ। କାରଣ ବିଶ୍ୱର ବିଭିନ୍ନ ପ୍ରାନ୍ତ ଭଳି ଦକ୍ଷିଣ ଆଫ୍ରିକାରେ ମଧ୍ୟ ଲକଡାଉନ ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ

ଡା.ମଞ୍ଜର କହିଛନ୍ତି, ଭାରତରୁ ଫେରିବା ପରେ କୌଣସି ଖେଳାଳିଙ୍କ ଶରୀରରେ ଫ୍ଲୁ ଜନିତ ଲକ୍ଷଣ ଦେଖା ଯାଇ ନଥିଲା। ତଥାପି କିଛି ଖେଳାଳି କୋଭିଡ-୧୯ ଟେଷ୍ଟ କରିଥିଲେ। ସମସ୍ତଙ୍କ ରିପୋର୍ଟ ନେଭେଟିଭ ଆସିଛି ବୋଲି ସେ କହିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ ହେବାର ଥିଲା। ତେବେ ୧୨ ମାର୍ଚ୍ଚରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଏହାପରେ କରୋନା ପାଇଁ ସରିଜ୍‌କୁ ହିଁ ବାତିଲ କରିଦିଆଯାଇଥିଲା।

[ad_2]
Show More
Back to top button