ଖେଳ

ଆଇପିଏଲ୍ ହେବ କି ନାହିଁ? ମୁହଁ ଖୋଲିଲେ ବିସିସିଆଇ ବସ୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀର ପ୍ରକୋପକୁ ରୋକିବା ପାଇଁ ସାରା ବିଶ୍ୱ ଲକଡାଉନରେ ଅଛି। ଦେଶରେ ୨୧ଦିନର ଲକଡାଉନ୍ ପୂର୍ବରୁ ହିଁ ଜାରି ରହିଛି ଏବଂ କିଛି ରାଜ୍ୟ ଏହାକୁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଚର୍ଚ୍ଚିତ ଟି-୨୦ ଲିଗ୍ ଆଇପିଏଲର ୧୩ଶ ସଂସ୍କରଣର ଭାଗ୍ୟ ମଧ୍ୟ ଝୁଲନ୍ତା ଅବସ୍ଥାରେ ରହିଛି। ତେବେ ଆଇପିଏଲ୍ ହେବ କି ନାହିଁ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ।

ଆହୁରି ପଢ଼ନ୍ତୁ

ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା, ଯାହାର ଜବାବରେ ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଏହା ଉପରେ କିଛି କୁହାଯାଇପାରିବ ନାହିଁ। ଗାଙ୍ଗୁଲି କହିଛନ୍ତି, ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ସେଥିରେ ଆଇପିଏଲ୍ ଆୟୋଜନ କରିବା କଷ୍ଟକର। ଆମେ ପ୍ରତି ଗତିବିଧି ଉପରେ ନଜର ରଖିଛୁ। ତେଣୁ ବର୍ତ୍ତମାନ କିଛି କହିବା ଠିକ୍ ହେବ ନାହିଁ। ଏୟାରପୋର୍ଟ ବନ୍ଦ ରହିଛି, ଲୋକେ ଘରେ ଫସି ରହିଛନ୍ତି, ଅଫିସ୍ ବନ୍ଦ ଅଛି, କେହି ବି କୁଆଡ଼େ ଯାଇପାରୁ ନାହାନ୍ତି। ଏହା ଦେଖି ଲାଗୁଛି ଯେ ମେ’ ମାସ ଅଧା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ।

ଗାଙ୍ଗୁଲି ଆହୁରି କହିଛନ୍ତି, ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି, ତାହା ଖେଳ ସପକ୍ଷରେ ନାହିଁ। ଆମେ ଖେଳାଳି କେଉଁଠୁ ଆଣିବୁ ଏବଂ ସେମାନେ ଯାତ୍ରା କେମିତି କରିବେ। ଯେଉଁଠି ସାରା ଦୁନିଆର କ୍ରୀଡ଼ା ଠପ୍ ପଡ଼ିଯାଇଛି, ସେହିଠାରେ ଆଇପିଏଲକୁ ମଧ୍ୟ ଭୁଲିଯିବା ଦରକାର। ସୋମବାର ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ହେବାକୁଥିବା ବୈଠକ ପରେ ଆଇପିଏଲ୍ ଉପରେ ସବୁକିଛି ସ୍ପଷ୍ଟ ହୋଇଯିବ।

[ad_2]
Show More
Back to top button