ଭାରତକୁ ଅତିରିକ୍ତ ଗ୍ୟାସ୍‌ ଯୋଗାଇବାକୁ ପ୍ରତିଶ୍ରୁତି ଦେଲା ଆବୁଧାବି

ନୂଆଦିଲ୍ଲୀ/ଭୁବନେଶ୍ୱର (ସତ୍ୟଶିଖା): ଭାରତକୁ ଅଧିକ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜି ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଆବୁଧାବିର ରାଷ୍ଟ୍ରାୟତ ତୈଳ କମ୍ପାନୀ (ଏଡିଏନ୍‌ଓସି)ର ସିଇଓ ଡ.ସୁଲତାନ ଅହମ୍ମଦ ଅଲ୍‌‍ ଜାବେର୍‌‍ଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଏଡିଏନ୍‌ସିଓର ସିଇଓ ଭାରତକୁ ଅତିରିକ୍ତ ଏଲ୍‌ପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ‌୍‍ କରି ଜଣାଇଛନ୍ତି। ଏହି ଆଲୋଚନାରେ ତୈଳ ଓ ଗ୍ୟାସ୍‌ ଉପରେ ଉଭୟ ବିଚାରବିମର୍ଷ କରିଥିଲେ।

ଆହୁରି ପଢ଼ନ୍ତୁ

ଶ୍ରୀ ପ୍ରଧାନ ଟ୍ୱିଟ‌୍‍ କରି ଲେଖିଛନ୍ତି-“ଉର୍ଜା କ୍ଷେତ୍ରରେ ‘କୋରନା’ ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ ମଧ୍ୟରେ ରଣନୀତିକ ସହଯୋଗ ଢାଞ୍ଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଛନ୍ତି। ଭାରତ ସରକାରଙ୍କ ଦ୍ୱାରା ‘କରୋନା’ ମୁକାବିଲା ପାଇଁ ଘୋଷିତ ପ୍ୟାକେଜରେ ଏପ୍ରିଲରୁ ଜୁନ୍‌ ମଧ୍ୟରେ ମାଗଣାରେ ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ଏଲ୍‌ପିଜିର ରିଫିଲ‌୍‍ ଯୋଗାଇବା ପାଇଁ ଅଧିକ ଆବଶ୍ୟକତା ରହିଛି। ଏହି ମର୍ମରେ ଭାରତକୁ ଅଧିକ ଏଲ୍‌ପିଜି ଯୋଗାଣ କରିବା ପାଇଁ ଆଲୋଚନା ହୋଇଛି। ଏହାବ୍ୟତୀତ ଭାରତର ରଣନୀତି ପେଟ୍ରୋଲିୟମ୍‌ ଭଣ୍ଡାର ପାଇଁ ଅଶୋଧିତ ତୈଳର ସ୍ରୋତ ପାଇଁ ମଧ୍ୟ ଜାବେର୍‌‍ ପୂର୍ଣ୍ଣ ସମର୍ଥନ ଦେବ।”

[ad_2]
Exit mobile version