ଭଦ୍ରକ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ; ୨୪୬ରେ ପହଞ୍ଚିଲା ସଂଖ୍ୟା


ଭୁବନେଶ୍ୱର (ସତ୍ୟଶିଖା): ଭଦ୍ରକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣ ହେଉଛନ୍ତି ୩୩ ବର୍ଷୀୟ ଯୁବକ। ସେ ସୁରତରୁ ଫେରିଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରିଛି। ଏହା ପରେ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ତାଙ୍କ ସଂସ୍ପର୍ଶ କେଉଁମାନେ ଆସିଛନ୍ତି ସେ ନେଇ ଜଣାପଡ଼ି ନାହିଁ। ଜିଲ୍ଲା ପ୍ରଶାସନ ତାଙ୍କର କଣ୍ଟ୍ରାଟ ଟ୍ରେସିଂ ଜାରି ରଖିଛି।
ଆହୁରି ପଢ଼ନ୍ତୁ
ଆଜି ସକାଳେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୫ ଜଣ କେନ୍ଦ୍ରାପଡ଼ାର ଓ ଦୁଇ ଜଣ ଭଦ୍ରକ ଜିଲ୍ଲାରେ ଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ସୁରତ ଫେରନ୍ତା ଥିବା ବେଳେ ଜଣେ କେରଳରୁ ଆସିଥିଲେ।
ଆଜି ସୁଦ୍ଧା ରାଜ୍ୟରେ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।ଆମ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।