ଭଞ୍ଜନଗର (ରାଜେଶ କୁମାର ପଣ୍ଡା): କରୋନାର ମୁକାବିଲା ଲାଗି ଘରେ ରହିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଭଞ୍ଜନଗରରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର।
ସରକାରଙ୍କ ନାଲି ଆଖି ତଥା ସଚେତନତାକୁ ଖାତିର କରୁନାହାନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବହୁ ଇଟାଭାଟି ମାଲିକ। ଏଠାରେ ବହୁ ଇଟାଭାଟିରେ ଶ୍ରମିକମାନେ କାମ କରୁଛନ୍ତି।
ଆହୁରି ପଢ଼ନ୍ତୁ
ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନ ଇଟା ଭାଟି ବନ୍ଦ କରିବା ପାଇଁ ତାଗିଦ କରିଥିଲା। ହେଲେ ଏତେ ବାରଣ ସତ୍ତ୍ୱେ ଭଞ୍ଜନଗର ବ୍ଲକ୍ରେ କେତେକ ଇଟାଭାଟିରେ ଶ୍ରମିକମାନେ ରହି କାମ କରୁଥିବା ଦେଖିବାକୁ ମିଳିଛି।
ପୁଲିସ୍ ଏନେଇ ଖବର ପାଇବା ପରେ ଗତକାଲି ଇଟାଭାଟି ଉପରେ ଚଢ଼ଉ କରି କାମ ବନ୍ଦ କରିଥିଲା। ଇଟାଭାଟିରେ କାମ କରୁଥିବା ୭ ଜଣ ଶ୍ରମିକଙ୍କ ପରିବାରକୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କହିଥିଲା।
ତେବେ ଇଟାଭାଟିରେ କାମ କରୁଥିବା ସମସ୍ତ ଶ୍ରମିକଙ୍କମାନଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେମାନେ ଦୁଇ ବର୍ଷ ହେବ ଏହି ଇଟାଭାଟିରେ କାମ କରୁଥିଲେ ବୋଲି କହିଛନ୍ତି।