ନ୍ୟୁଜ୍ସ୍ପେଶାଲ୍ ରିପୋର୍ଟ

ସାରୁଅରେ ବିବାଦୀୟ ଜମିର ମାପଚୁପ, ରାଜସ୍ଵ ବିଭାଗର ୭ ଜଣିଆ ଟିମ୍ କରୁଛି ଯାଞ୍ଚ

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୦.୨୦୨୦ : ଓଟିଭି ଜମି କେଳେଙ୍କାରୀ ମାମଲାରେ ଖୋର୍ଦ୍ଧା ସାରୁଅଠାରେ ଚାଲିଛି ମାପଚୁପ । ତରଙ୍ଗ ଷ୍ଟୁଡିଓ ପରିସର ଭିତରେ ଖୋର୍ଦ୍ଧା ରାଜସ୍ଵ ବିଭାଗର ୭ ଜଣିଆ ଟିମ୍ ମାପ ଚୁପ କରୁଛନ୍ତି । ୪ ଜଣ ଆରଆଇ, ୩ ଜଣ ଅମିନ ଏହି ଟିମ୍ ରେ ସାମିଲ ଅଛନ୍ତି । ସେପଟେ ବେଗୁନିଆ ତହସିଲଦାର ରୂପେ ନୂତନ ଦାୟିତ୍ଵ ନେଇଛନ୍ତି ପୃଥ୍ବୀରାଜ ମଣ୍ଡଳ ।ଖୋର୍ଦ୍ଧା ସାରୁଅରେ ଚାଷ ଜମି ଉପରେ ଷ୍ଟୁଡିଓ କରିଥିବା ଓଟିଭି କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁଁ ଗରିବ ଚାଷୀଙ୍କ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଉଛି । ଜମିକୁ ପାଣି ଆସୁନଥିବା ବେଳେ ସ୍ଥାନୀୟ ଚାଷୀଙ୍କୁ ନିଜ ଜମିକୁ ଯିବାକୁ ରାସ୍ତା ଛାଡ଼ୁନାହାନ୍ତି ଓଟିଭି କର୍ତ୍ତୃପକ୍ଷ । ଏହାର ପ୍ରତିବାଦ କଲେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଛନ୍ତି । ଏଭଳି ଅଭିଯୋଗ କରି ସାରୁଅ ଗାଁର ଏକାଧିକ ଦଳିତ ଚାଷୀ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ବାଘମାରୀ ଥାନାରେ ଏତଲା ଦେବା ପରେ ଏହାକୁ ଗୁରୁତର ସହ ନେଇଛି ଖୋର୍ଦ୍ଧା ପୋଲିସ ।

Show More
Back to top button