ବଡ଼ ବୟାନ ଦେଲା ଆମେରିକା: ଭାରତୀୟ ଯବାନଙ୍କ ସାହାସକୁ ଭୁଲି ହେବନି

ନୂଆଦିଲ୍ଲୀ: ଚାଇନା ସହ ଭାରତର ଚାଲିଥିବା ବିବାଦ ମଧ୍ୟରେ ଆଜି ଆମେରିକା ପକ୍ଷରୁ ବଡ଼ ବୟାନ ଜାରି କରାଯାଇଛି। ପୁଣିଥରେ ଭାରତ ସହ ଆମେରିକା ରହିଥିବା ୱାଶିଂଟନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ୍ନେଥ ଜଷ୍ଟର କହିଛନ୍ତି, “ଭାରତୀୟ ଯବାନମାନେ ବୀରତାର ସହ ଗଲୱାନ ଘାଟିରେ ଲଢ଼େଇ କରିଥିଲେ। ସେମାନେ ଅଦମ୍ୟ ସାହାସ ଦେଖାଇଛନ୍ତି। ତେଣୁ ସହିଦ ହୋଇଥିବା ବୀର ଯବାନଙ୍କ ସାହାସକୁ କେବେ ହେଲେ କେହି ବି ଭୁଲି ପାରିବେ ନାହିଁ। ଲଢ଼େଇ କରି ସହିଦ ହୋଇଥିବା ବୀର ଯବାନଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।”

ଏହାପର୍ବୂରୁ ଆମେରିକାର ପରାରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ମଧ୍ୟ ଭାରତର ବୀର ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।

[ad_2]
Exit mobile version