ବ୍ୟାଙ୍କର କାଚ ଡୋର୍‌ରେ ପିଟି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବ୍ୟାଙ୍କରେ ଲାଗିଥିବା କାଚ୍‌ ଡୋରରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଡୋର ବନ୍ଦ ଥିଲେ ହେଁ ମହିଳାଙ୍କ ଜଣଙ୍କ ଭୁଲବଶତଃ ଦୌଡ଼ି ଯାଇ ସେଥିରେ ପିଟି ହୋଇଯିବାରୁ ଏଭଳି ଘଟଣା ଘଟିଛି। ପୂରା ଘଟଣାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି।

ଆହୁରି ପଢ଼ନ୍ତୁ

୪୦ ବର୍ଷୀୟ ବୀଣା ପଲ ପେରୁମବଭର ସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ତେବେ ବ୍ୟାଙ୍କ ବାହାରେ ଥିବା ତାଙ୍କ କାର୍‌ରେ କିଛି ଜିନିଷ ଛାଡ଼ି ଦେଇଥିବାରୁ ସେ ବ୍ୟାଙ୍କ ମଧ୍ୟରୁ ତରବରିଆ ଭାବେ ବାହାରକୁ ଯାଉଥିଲେ। ବ୍ୟାଙ୍କର ଡୋର୍‌ ବନ୍ଦ ଥିଲେ ହେଁ ସେକଥା ତରତର ହେଉଥିବା ବୀଣା ଜାଣି ପାରି ନଥିଲେ। ଫଳରେ ସେ ଖୁବ ଜୋର୍‌ରେ କାରଚ୍‌ କବାଟରେ ମାଡ଼ ହୋଇଯାଇଥିଲେ।

କାଚ ତାଙ୍କ ଦେହରେ ପଶି ଯାଇଥିଲେ ହେଁ ସେ ଛିଡ଼ା ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

[ad_2]
Exit mobile version