ରାଜ୍ୟ

ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍; ଚିହ୍ନଟ ହୋଇଥିଲେ ୨୭ ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବ୍ଲୁ ହ୍ୱିଲ୍ ହସ୍ପିଟାଲକୁ ସିଲ୍‌ କଲା ବିଏମ୍‌ସି। ଗତକାଲି ଏହି ହସ୍ପିଟାଲରୁ ୨୭  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆହୁରି ପଢ଼ନ୍ତୁ

କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଘଂନ ଅଭିଯୋଗରେ ଏହି ହସ୍ପିଟାଲକୁ ସିଲ୍ କଲା BMC। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ BMC ପକ୍ଷରୁ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ BMC ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ବିଏମ୍‌ସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଗତ ୧୭ରେ ହସ୍ପିଟାଲ୍‌କୁ ଯାଇଥିବା ଜଣେ ରୋଗୀ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ସଂପୃକ୍ତ ରୋଗୀଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ସେ ୨୭ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୭ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ବ୍ଲୁ ହୁଇଲ୍‌ରେ ଚିକିତ୍ସା କରିଥିବା ଡାକ୍ତର କୋଭିଡ୍ SOP ପାଳନ କରିଥିବା ଅଭିଯୋଗ ହୋଇଛି।



[ad_2]

Show More
Back to top button