ସତ୍ୟଶିଖା (ପୁରୀ) ୨୩/୧୦/୨୦୨୦ : ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ । ଗିରଫ ୪ ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧିନ ସାମନ୍ତରାପୁରର ବିଜୟ ବିହେରା, ନୟାଗଡ଼ ସଦର ଥାନା ଅଧିନ ରାଉତରାପୁରର ତୋଫାନ ଦଳେଇ, ପୁରୀ ସଦର ଥାନା ଅଧିନ ଗୋପୀନାଥପୁରର ସୁଭାଶିଷ ଦାସ ଓ ବଳିଆପଣ୍ଡା ଥାନା ଭବନ ଛକର ଟୁଟୁ ମଲ୍ଲିକ । ଏମାନଙ୍କ ଠାରୁ ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ପୋଲିସ କହିଛି । ଏଥିସହିତ ଏକ ବାଇକ୍ ମଧ୍ୟ ପୋଲିସ ଜଗତ କରିଛି ।
ବ୍ରାଉନସୁଗାର ବେପାରୀ ଗିରଫ
