ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ବ୍ରାଉନସୁଗାର ବେପାରୀ ଗିରଫ

ସତ୍ୟଶିଖା (ପୁରୀ) ୨୩/୧୦/୨୦୨୦ : ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ । ଗିରଫ ୪ ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧିନ ସାମନ୍ତରାପୁରର ବିଜୟ ବିହେରା, ନୟାଗଡ଼ ସଦର ଥାନା ଅଧିନ ରାଉତରାପୁରର ତୋଫାନ ଦଳେଇ, ପୁରୀ ସଦର ଥାନା ଅଧିନ ଗୋପୀନାଥପୁରର ସୁଭାଶିଷ ଦାସ ଓ ବଳିଆପଣ୍ଡା ଥାନା ଭବନ ଛକର ଟୁଟୁ ମଲ୍ଲିକ । ଏମାନଙ୍କ ଠାରୁ ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ପୋଲିସ କହିଛି । ଏଥିସହିତ ଏକ ବାଇକ୍ ମଧ୍ୟ ପୋଲିସ ଜଗତ କରିଛି ।ଗୁରୁବାର ରାତିରେ ମଶାଣୀ ଚଣ୍ଡୀ ଛକଠାରେ ପୋଲିସ ଚେକିଂ କରୁଥିଲା । ସେହି ସମୟରେ ବିଜୟ ଓ ତୋଫାନ ବାଇକରେ ଆସୁଥିବା ବେଳେ ସେମାନଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବ୍ରାଉନସୁଗାର ଜଗତ ହୋଇଥିଲା । ତେବେ ଏହି ବ୍ରାଉନସୁଗାର ସୁଭାଶିଷ ଓ ଟଟୁକୁ ଦେବା ପାଇଁ ଆସିଥିଲେ ବୋଲି ବିଜୟ ଓ ତୋଫାନ କହିଛନ୍ତି । ଏ ନେଇ ପୋଲିସ ଜଣଙ୍କୁ ଗିରଫ କରିବା ସହ ଘଟଣାରେ ଆଉ କିଏ ସଂପୃକ୍ତ ଅଛି ସେନେଇ ପୋଲିସ ତଦନ୍ତ କରୁଛି ।

Show More
Back to top button