ସତ୍ୟଶିଖା ୨୫/୦୮/୨୦୨୫: କିଛି ଦିନ ହେଲା ଲଗାଣ ବର୍ଷା ଲାଗି ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ନଦୀର ଶାଖା ନଦୀରେ ବି ଜଳସ୍ତର ବଢୁଛି । ଏହିକ୍ରମରେ ସୋମବାର ଭୋର ଚାଲିଟା ସମୟରେ କାଣୀ ନଦୀରେ ଏକ ଘାଇ ହୋଇଥିଲା । ବିଳମ୍ବିତ ରାତିରେ ନଦୀ ବନ୍ଧରେ ପଡିଥିଲା ଘଳିଆ । ଯାହାକି ସକାଳୁ ଖାଇରେ ପରିଣତ ହୋଇଛି । ତେବେ ଏତେ ବଡ଼ ଖାଇ ହେବା ଫଳରେ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି । ଯେପରି କି ମଲ୍ଲିକାପୁର, କପସା, ମହାନ୍ତିପାଟଣା ଆଦି ପଞ୍ଚାୟତ ପାଣିଘେରରେ ।ଅନ୍ୟପଟେ ବୈତରଣୀ ନଦୀରେ ବନ୍ୟାଜଳ ଆସିବା ଦ୍ୱାରା ଅନେକ ପଞ୍ଚାୟତରେ ପାଣି ପ୍ରବେଶ କରିଛି । ଏପିରିକି ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବୈତରଣୀ ନଦୀର ଶାଖା କାଣୀ ନଦୀର ୨୦ ଫୁଟ୍ ଘାଇ ।
