ବେଙ୍ଗଲରେ ୨୪ ଘଣ୍ଟାରେ ୧୪ ଜଣଙ୍କର କରୋନାରେ ମୃତ୍ୟୁ


କୋଲକାତା: ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ ଏଯାବତ ରାଜ୍ୟରେ ୧୧୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ସେହିଭଳି ଆଜି ରାଜ୍ୟରେ ୧୫୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୯୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେ’ ୯ ଯାଏ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୮୬ ରହିଥିଲା। ସେହିଭଳି ମୋଟ୍ ୪୧୭ ଜଣ ଆରୋଗ୍ୟ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧,୩୩୭ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି।
14 deaths reported due to #COVID19 in the last 24 hours in West Bengal, the death toll due to the virus rises to 113: West Bengal Health Department https://t.co/Uvh1dcvOi3
— ANI (@ANI) May 10, 2020
ଆହୁରି ପଢ଼ନ୍ତୁ
ମେ’ ୯ ଯାଏ ରାଜ୍ୟରେ ୩୯,୩୬୯ ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୪,୦୪୬ କରୋନା ପରୀକ୍ଷା ହୋଇଛି। ଏଯାବତ୍ ରାଜ୍ୟରେ ୪୩, ୪୧୪ଟି କରୋନା ପରୀକ୍ଷା ହୋଇଛି।
ରାଜ୍ୟରେ ୧୮ଟି କରୋନା ପରୀକ୍ଷାଗାର ରହିଥିବା ବେଳେ ଆଉ ୪ଟି ପରୀକ୍ଷାଗାରକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାର ଆଇସିଏମଆରକୁ ଅନୁମତି ମାଗିଛନ୍ତି। ସେହିଭଳି ରାଜ୍ୟରେ କରୋନା ପାଇଁ ମୋଟ୍ ୬୮ଟି କୋଭିଡ୍ ହସ୍ପିଟାଲ ରହିଛି। ସେଥିମଧ୍ୟରୁ ୧୬ଟି ସରକାରୀ ହସ୍ପିଟାଲ ହୋଇଥିବା ବେଳେ ୫୨ଟି ବେସରକାରୀ ହସ୍ପିଟାଲ ରହିଛି। ମୋଟ୍ ୬୮ଟି କୋଭିଡ ହସ୍ପିଟାଲରେ ୯୦୭ଟି ଆଇସିୟୁ ରହିଥିବା ବେଳେ ୩୯୨ଟି ଭେଣ୍ଟିଲେଟର ରହିଛି।
[ad_2]