ବେକାବୁ କରୋନା, ଗୋଟିଏ ଦିନରେ ୨,୬୮୨ କରୋନା ଆକ୍ରାନ୍ତ ଚିହ୍ନଟ


ମୁମ୍ୱାଇ: ମହାରାଷ୍ଟ୍ରରେ ନିରନ୍ତର ଭାବରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୨,୬୮୨ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଏଯାବତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସର୍ବାଧିକ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୬୨,୨୨୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ମୋଟ୍ ୩୩,୧୨୪ ଜଣ ଚିକିତ୍ସାଧୀନ ରହିଛନ୍ତି।
2,682 new coronavirus cases and 116 deaths due to pandemic reported in Maharashtra on Friday; record 8,381 patients discharged on recovery: health official
— Press Trust of India (@PTI_News) May 29, 2020
ଆହୁରି ପଢ଼ନ୍ତୁ
ସେହିପରି ୨୪ ଘଣ୍ଟା ମଧ୍ୟରେ ୮,୩୮୧ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ୨୬,୯୯୭ ଜଣ ଆରୋଗ୍ୟ ହୋଇଥିବା ସୂଚନା ରହିଛି। ସେହିପରି ଆଜି ଗୋଟିଏ ଦିନରେ ୧୧୬ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨,୦୯୮ ଛୁଇଁଛି।
[ad_2]