ବେକରେ ଧୋତି ଗୁଡ଼ାଇ ମହିଳାଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି ( ସତ୍ୟଶିଖା): ବଲାଙ୍ଗିର ଜିଲ୍ଲା ମୁରିବାହାଲ ହାଟପଦା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବେକରେ ଧୋତି ଗୁଡ଼ାଇ ଜଣେ ମହିଳା ଆତ୍ମହତ୍ୟା କରିଥିବା  ଅଭିଯୋଗ ହୋଇଛି।  ମୃତା ମହିଳା ଜଣଙ୍କ ହେଲେ ଭାଗ୍ୟଶ୍ରୀ କୁମ୍ଭାର ।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, ବେଲପଡ଼ା ଥାନା ଅନ୍ତର୍ଗତ ମୁଡାପଲା ଗାଁର ବାଳକୃଷ୍ଣ  କୁମ୍ଭାର ୨୦୧୬ ମସିହାରୁ ସ୍ତ୍ରୀ  ଏବଂ ଦୁଇ ପିଲାଙ୍କୁ ନେଇ ମୁରିବାହାଲରେ ଗାଁରେ ଭଡ଼ାରେ ରହି ଆସୁଥିଲେ। ସେ ରେଳ ବିଭାଗରେ କାମ କରନ୍ତି। ଗତକାଲି ବାଳକୃଷ୍ଣ ଅଫିସ ଗଲା ପରେ ତାଙ୍କ ସ୍ତ୍ରୀ ଘରେ ଥିବା ଶୌଚାଳୟରେ ବେକରେ ଧୋତି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ମୁରିବାହାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

[ad_2]
Exit mobile version