ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର; ୯୫ ଜଣଙ୍କୁ ସଂକ୍ରମିତ କରି ସାରିଲେଣି

ରାଉରକେଲା(ସତ୍ୟଶିଖା): ରାଉରକେଲାରେ ଜଣେ  ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର। ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ସେକ୍ଟର-୧୬ ଅଞ୍ଚଳର ଜଣେ ୬୬ ବର୍ଷୀୟ ବୃଦ୍ଧ ପଜିଟିଭ ଚିହ୍ନଟ ହେବା ପରେ ଗତ ୨ ତାରିଖରେ ତାଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା।  ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ  ହୋଇ ସାରିଲେଣି।

ଆହୁରି ପଢ଼ନ୍ତୁ

ଏହି ସଂକ୍ରମିତମାନେ ମୁଖ୍ୟତଃ ବାସନ୍ତୀ କଲୋନୀ, ଗୋଲଘର ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ସେଠାକାର ବାସିନ୍ଦାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ୱାବ ସଂଗ୍ରହ କରାଯାଉଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ବିଭିନ୍ନ  ପଦକ୍ଷେପ ନିଆଯାଉଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version