ଭୁବନେଶ୍ୱର (ସତ୍ୟଶିଖା): କରୋନା ଯୋଗୁ ପ୍ରାୟ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଜରାଶ୍ରମରେ ରହୁଥିବା ଅନ୍ତେବାସୀମାନେ ମଧ୍ୟ ଏଥରୁ ବାଦ୍ ପଡିନାହାନ୍ତି। କରୋନା ପାଇଁ ସେମାନଙ୍କ ଯତ୍ନ ନେବାକୁ ଲୋକମାନେ ଟିକେ ପଛଘୁଞ୍ଚା ଦେଇଛନ୍ତି। ତେବେ ଏଭଳି ଏକ ସମୟରେ ନିକଟରେ ଛତିଆ ସେବକ ବୃଦ୍ଧାଶ୍ରମକୁ ଯାଇଥିଲେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା। ସେ ଅନ୍ତେବାସୀମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ। ଅର୍ଚ୍ଚିତା ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଥିଲେ। କିଛି ସ୍ୱେଚ୍ଛାସେବୀ ସଙ୍ଗଠନର ସହାୟତରେ ସେ ଏମିତି ପଦକ୍ଷେପ ନେଇଥିଲେ।
ଆହୁରି ପଢ଼ନ୍ତୁ
ଏହା ପୂର୍ବରୁ ଅର୍ଚ୍ଚିତା ବିଭିନ୍ନ ଗାଁକୁ ଯାଇ ଯୁବତୀ ଏବଂ ମହିଳା ମାନଙ୍କୁ ସାନିଟାରୀ ନାପ୍କିନ୍ ପ୍ରଦାନ କରିଥିଲେ ଓ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ସଚେତନ କରାଇଥିଲେ।
ଆହୁରି ପଢ଼ନ୍ତୁ
[ad_2]